IPL 2021: ରାଜସ୍ଥାନକୁ ମ୍ୟାଚ୍ ଜିତାଇଲେ ତ୍ୟାଗୀ: ଆଜି ଦିଲ୍ଲୀ ହାଇଦ୍ରାବାଦ ହେବେ ମୁହାଁମୁହିଁ

ଦୁବାଇ: ମଙ୍ଗଳବାର କିଙ୍ଗସ୍ ଇଲେଭେନ୍ ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଚମତ୍କାର ବିଜୟ ହାସଲ କରିଛି । ରୋମାଞ୍ଚରେ ଭରପୂର ଏହି ମ୍ୟାଚକୁ ଶେଷ ଓଭରରେ ୨ ରନ୍‌ରେ ଜିତିନେଇଛି  ରାଜସ୍ଥାନ । ମ୍ୟାଚ୍‌ର ଅନ୍ତିମ ଓଭରରେ ପଞ୍ଚାବକୁ ବିଜୟ ପାଇଁ ୪ରନ ଆବଶ୍ୟକ ପଡ଼ୁଥିବା ସ୍ପିନର କାର୍ତ୍ତିକ ତ୍ୟାଗୀ ମାତ୍ର ୧ ରନ୍ ଦେଇ ୨ ଓ୍ୱିକେଟ ନେବାରେ ସଫଳ ହୋଇଥିଲେ । ଏଥିସହିିିତ ରାଜସ୍ଥାନ ରୟାଲ୍ସକୁ ବିଜୟ ଭେଟିଦେଇଥିଲେ ।

ଦ୍ୱିତୀୟ ଇନିଂସ ଆରମ୍ଭରୁ ବଡ଼ ସ୍କୋର ଚେଜ୍ କରିବାକୁ ଆସିଥିବା ପଞ୍ଜାବ ଟିମ୍‌ର ଦବଦବା ଦେଖିବାକୁ ମିଳିଥିଲା । ପଞ୍ଜାବ ପାଇଁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ତଥା ଅଧିନାୟକ କେଏଲ୍‌ ରାହୁଲ ଏବଂ ମୟଙ୍କ ଅଗ୍ରୱାଲ ଭାଗିଦାରୀ ବଦଳରେ ଦଳ ୧୧.୫ ଓଭରରେ ୧୨୦/୧ ହାସଲ କରିଥିବା ବେଳେ ରାହୁଲ ୪୯ ରନ୍‌ରେ ଆଉଟ୍‌ ହୋଇ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ଆଇପିଏଲ୍‌ରେ ସେ ମଧ୍ୟ ୩,୦୦୦ ରନ୍ ପୂରଣ କରିଥିଲେ। ସେହିଭଳି ମୟଙ୍କ ୬୭ ରନ୍‌, ନିକୋଲାସ ପୁରାନ୍ ୩୨ ରନ୍‌ ଏବଂ ଏଦେନ ମାର୍କରାମ ୨୬* ରନ୍‌ କରିଥିଲେ ମଧ୍ୟ ଦଳକୁ ବିଜୟ ଦେବାରେ ବିଫଳ ହୋଇଥିଲେ। ୫ ୱିକେଟ୍‌ ସଫଳତା ପାଇଥିବା ଅର୍ଶଦୀପ ସିଂହଙ୍କ ଆଇପିଏଲ୍‌ରେ ବ୍ୟକ୍ତିଗତ ଶ୍ରେଷ୍ଠ ବୋଲିଂ ଚିତ୍ର ବି ଫିକା ପଡ଼ିଯାଇଥିଲା।

ଏକଦା ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୨ଶହ ଉପରେ ସ୍କୋର କଲା ଭଳି ମନେ ହେଉଥିବା ବେଳେ ଅର୍ଶଦପୀ ସିଂହ ଓ ମହମ୍ମଦ ସାମିଙ୍କ ନିୟନ୍ତ୍ରିତ ବୋଲିଂ ଫଳରେ ଦଳ ଏତ ବଡ଼ ସ୍କୋର କରିପାରିନଥିଲା । ପ୍ରଥମ ୱିକେଟ୍‌ରେ ଏଭିନ ଲୁଇସ ଏବଂ ଯଶସ୍ତ୍ରୀ ଜୟସ୍ଟାଲ ୫.୩ ଓଭରରେ ୫୪ ରନ୍‌ ଯୋଡ଼ିଥିଲେ। ଲୁଇସ୍‌ ୩୬ ରନ୍‌ରେ ଆଉଟ୍‌ ହେବା ପରେ କ୍ରିଜ୍‌କୁ ଆସିଥିବା ଅଧିନାୟକ ସଂଜୁ ସାମସନ (୪ ରନ୍‌) ସଅଳ ଆଉଟ୍‌ ହୋଇ ପ୍ୟାଭିଲିୟନ ଫେରିଥିଲେ। ହେଲେ ଜୟସ୍ଟାଲ ଏବଂ ଲିୟାମ ଲିଭିଂଷ୍ଟୋନ ୧୧ତମ ଓଭରରେ ଦଳୀୟ ସ୍କୋର୍‌ ୧୦୦ ରନ୍‌ ପାର କରାଇ ଦେଇଥିଲେ। ଲିଭିଂଷ୍ଟୋନ୍‌ଙ୍କୁ ୨୫ ରନ୍‌ରେ ଆଉଟ୍‌ କରି ଅର୍ଶଦୀପ ଦ୍ୱିତୀୟ ସଫଳତା ପାଇଥିଲେ। ଅନ୍ୟପଟେ ଜୟସ୍ଟାଲଙ୍କୁ ଯୋଗ ଦେଇଥିବା ମହିପାଳ ଲୋମରର୍‌ କ୍ରିଜ୍‌କୁ ଆସି ଧୁଆଁଧାର ବ୍ୟାଟିଂ କରିଥିଲେ। ଦଳୀୟ ସ୍କୋର୍‌ ୧୩୬ ଥିଲା ବେଳେ ଜୟସ୍ଟାଲ (୪୯ ରନ୍‌) ୧ ରନ୍‌ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇ ପ୍ୟାଭିଲିୟନ ଫେରିଥିଲେ। ଲୋମରର୍‌ (୪୩ ରନ୍‌, ୧୭ ବଲ୍‌, ୨ ଚୌକା, ୪ ଛକା) ୧୬ତମ ଓଭରରେ ୨୪ (୬, ୬, ୪, ୨, ୨, ୪) ରନ୍‌ ସଂଗ୍ରହ କରି ଦଳୀୟ ସ୍କୋର୍‌ ୧୬୪/୪ରେ ପହଞ୍ଚାଇଥିଲେ। ହେଲେ ଶେଷ ୪ ଓଭରରେ ସାମି ଓ ଅର୍ଶଦୀପ ଶାଣିତ ବୋଲିଂ କରି ମାତ୍ର ୧୩ ରନ୍‌ରେ ୬ ୱିକେଟ୍‌ ହାସଲ କରି  ରାଜସ୍ଥାନକୁ ବଡ଼ ସ୍କୋର୍‌ କରିବାକୁ ଦେଇ ନଥିଲେ।  ଅପରପକ୍ଷରେ ଆଜିର ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ସନରାଇର୍ଜସ ହାଇଦ୍ରାବାଦ ।

ଏଥିସହିତ ପଢ଼ନ୍ତୁ: ପଞ୍ଜାବ କିଙ୍ଗ୍ସ ଆଗରେ ୧୮୬ ରନର ଟାର୍ଗେଟ୍ ରଖିଲା ରାଜସ୍ଥାନ ରୟାଲ୍ସ

Leave a Reply