ଫେଲ୍ ମାରିଲା କୋଲକାତାର ବୋଲିଂ ରଣନୀତି, ଚତୁର୍ଥ ଥର ପାଇଁ ସିଏସକେ IPL ଚାମ୍ପିଅନ୍

IPL 2021 Chennai Super Kings Clinch Title For 4th Time

ଦୁବାଇ: ଚତୁର୍ଥ ଥର ପାଇଁ ଆଇପିଏଲ୍ ଚାମ୍ପିଅନ୍ ହେଲା ଚେନ୍ନାଇ । ଆଇପିଏଲର ୧୪ ତମ ସଂସ୍କରଣରେ ବିଜୟର ତାଜ୍ ପିନ୍ଧିଛି ଚେନ୍ନାଇ ସୁପର କିଙ୍ଗ୍ସ । କୋଲକାତା ନାଇଟ୍ ରାଇଡର୍ସକୁ ୨୭ ରନରେ ହରାଇ ଚତୁର୍ଥଥର ଲାଗି ଚେନ୍ନାଇ ଆଇପିଏଲ୍ ଚାମ୍ପିଅନ୍ ହୋଇଛି ।

IPL 2021 Chennai Super Kings Clinch Title For 4th Time

ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା କୋଲକାତା ନାଇଟ୍ ରାଇଡର୍ସ । ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ଚେନ୍ନାଇ ସୁପର କିଙ୍ଗ୍ସ ୧୯୨ ରନ୍ କରିଥିଲା । ଦଳ ପକ୍ଷରୁ ଋତୁରାଜ ଗାଏକୱାଡ ୩୨ ରନ୍ କରିଥିବା ବେଳେ ଫାଫ୍ ଡୁ ପ୍ଲେସିସ୍ ୮୬, ରବିନ ଉତ୍ଥାପା ୩୧ ଓ ମୋଇନ୍ ଅଲ୍ଲୀ ୩୭ ରନ୍ କରି କୋଲକାତାକୁ ୧୯୩ ରନର ଟାର୍ଗେଟ୍ ଦେଇଥିଲେ ।

ପ୍ରଥମ ୧୦ ଓଭରରେ କୋଲକାତା ଭଲ ବ୍ୟାଟିଂ କରିଥିଲା । ୧୦.୪ ଓଭରରେ ଦଳୀୟ ସ୍କୋର ୯୧ ରନ୍ ହୋଇଥିବା ବେଳେ ବ୍ୟକ୍ତିଗତ ସ୍କୋର ୫୦ ରନ୍ କରି ଆଉଟ୍ ହୋଇଥିଲେ ଭେଙ୍କଟେଶ ଆୟାର । ପରବର୍ତ୍ତୀ ୨ଟି ବଲରେ ଖାତା ଖୋଲି ନପାରି ପ୍ୟାଭିଲିୟନ୍ ଫେରିଥିଲେ ନୀତିଶ ରାଣା । ୧୧.୩ ଓଭରରେ ସୁନୀଲ ନାରିଣେ ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ । ଏହା ପରେ ଖସି ଚାଲିଥିଲା କୋଲକାତା ନାଇଟ୍ ରାଇଡର୍ସର ଗୋଟିଏ ପରେ ଗୋଟିଏ ୱିକେଟ୍ । ୨୦ ଓଭର ସୁଦ୍ଧା ଦଳ ୯ ୱିକେଟ୍ ହରାଇ ୧୬୫ ରନ୍ କରିବାରେ ସକ୍ଷମ ହୋଇଥିଲା । ଫଳରେ ଚେନ୍ନାଇ ସଂଘର୍ଷପୂର୍ଣ୍ଣ ମ୍ୟାଚକୁ ୨୭ ରନରେ ଜିତି ନେଇ ଟାଇଟଲ୍ ହାତେଇଛି ।

IPL 2021 Chennai Super Kings Clinch Title For 4th Time

୨୦୧୨ରେ ଶେଷଥର ପାଇଁ ଆଇପିଏଲ୍ ଚାମ୍ପିଅନ୍ ହୋଇଥିବା କେକେଆରର ଚାମ୍ପିଅନ୍ ଆଶା ୨୦୨୧ରେ ବି ମଉଳି ଯାଇଛି । ଚତୁର୍ଥ ଥର ପାଇଁ ଧୋନିଙ୍କ ନେତୃତ୍ୱରେ ପୁଣି ଚାମ୍ପିଅନ୍ ହୋଇଛି ଚେନ୍ନାଇ । ଗତ ଆଇପିଏଲ୍ ସଂସ୍କରଣରେ ଲିଗ୍ ପର୍ଯ୍ୟାୟରୁ ଚେନ୍ନାଇ ବିଦାୟ ନେଇଥିଲା । ପୂର୍ବରୁ ଚେନ୍ନାଇ ଓ କୋଲକାତା ମଧ୍ୟରେ ୨୪ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ଚେନ୍ନାଇର ପଲ୍ଲା ଭାରି ରହିଛି । ଚେନ୍ନାଇ ୧୬ଟି ମ୍ୟାଚରେ ବାଜି ମାରିଥିବା ବେଳେ କୋଲକାତା ମାତ୍ର ୮ଟି ମ୍ୟାଚ୍ ଜିତିଛି ।

Leave a Reply