ଆଇପିଏଲ୍‌ରେ ଆଉ ନଜର ଆସିବେନି ଧୋନି ! କ’ଣ ଥିଲା ତାଙ୍କ ଉତ୍ତର ? ପଢ଼ନ୍ତୁ…

1 min read

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଏମ୍.ଏସ୍ ଧୋନି ସ୍ପଷ୍ଟ କରିଛନ୍ତି ଯେ, ସେ ବର୍ତ୍ତମାନ ପର୍ଯ୍ୟନ୍ତ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ରୁ ସନ୍ୟାସ ନେଇ ନାହାନ୍ତି କିମ୍ବା ନିକଟ ଭବିଷ୍ୟତରେ ସେଭଳି କୌଣସି ଯୋଜନା ନାହିଁ । ଆଗାମୀ ୨୦୨୧ ଆଇପିଏଲ୍‌ରେ ସେ ପୁଣି ଚେନ୍ନାଇ ସୁପର କିଙ୍ଗ୍‌ସ ପାଇଁ ଖେଳିବେ ବୋଲି କହିଛନ୍ତି । ଆଇପିଏଲ୍‌ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍‌ସ ନିଜର ଶେଷ ମ୍ୟାଚ୍‌ ଖେଳୁଥିବା ବେଳେ ତାଙ୍କୁ, ଆଇପିଏଲରୁ ଅବସର ନେବା ନେଇ ପ୍ରଶ୍ନ କରାଯାଇଥିଲା । ସେତେବେଳେ ସେ ସିଧାସଳଖ ଏହାକୁ ଖଣ୍ଡନ କରିଛନ୍ତି ।

MS Dhoni IPL 2020 Chennai Super Kings Most IPL Matches

ଧୋନିଙ୍କ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍‌ସର ସିଇଓ କାଶୀ ବିଶ୍ୱନାଥନ ମଧ୍ୟ ଏନେଇ ସ୍ପଷ୍ଟ କରିଥିଲେ । ସେ କହିଥିଲେ ଆଗାମୀ ୨୦୨୧ ଓ ୨୦୨୨ ଆଇପିଏଲ୍‌ରେ ମଧ୍ୟ ଚେନ୍ନାଇ ସୁପର କିଙ୍ଗ୍‌ସ ପାଇଁ ଧୋନି ଖେଳିବେ ।

ସୂଚନାଯୋଗ୍ୟ, ଧୋନି ଚଳିତ ବର୍ଷ ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ଘୋଷଣା କରିଥିଲେ । ତେଣୁ ଚେନ୍ନାଇ ସୁପର କିଙ୍ଗ୍‌ସ ସହିତ ଚଳିତ ବର୍ଷର ଆଇପିଏଲ୍ ଧୋନିଙ୍କ ଶେଷ ଆଇପିଏଲ୍ ହେବ ବୋଲି କଳ୍ପନାଜଳ୍ପନା କରାଯାଉଥିଲା । ଆଇପିଏଲରେ ତିନିଥର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍‌ସ ପ୍ରଥମ ଥର ପାଇଁ ପ୍ଲେ-ଅଫ୍ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିପାରି ନାହିଁ ।

ଧୋନି ଅଧିନାୟକତ୍ୱରେ ୨୦୧୦, ୨୦୧୧ ଏବଂ ୨୦୧୮ରେ ଚେନ୍ନାଇ ସୁପର କିଙ୍ଗ୍‌ସ ଚାମ୍ପିଅନ୍‌ ହୋଇଛି । ଖାଲି ସେତିକି ନୁହେଁ ସେହି ଧୋନିଙ୍କ ଅଧିନାୟକତ୍ୱରେ ଚାରିଥର ରନର୍ ଅପ୍ ମଧ୍ୟ ହୋଇଛି । ଧୋନି ହେଉଛନ୍ତି ଆଇପିଏଲରେ ପ୍ରଥମ ଖେଳାଳି ଯିଏ ୨୦୦ରୁ ଅଧିକ ମ୍ୟାଚ୍‌ ଖେଳିଛି ।

Leave a Reply