IPL 2020 : ରାଜସ୍ଥାନ ରୟାଲ୍ସ VS ଦିଲ୍ଲୀ କ୍ୟାପିଟାଲ୍ସ; ରନ୍ ବର୍ଷାକୁ ଅପେକ୍ଷା

ଭୁବନେଶ୍ୱର: ସାରଜାହା ଗ୍ରାଉଣ୍ଡରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଭେଟିବ ରାଜସ୍ଥାନ ରୟାଲ୍ସକୁ । ଉଭୟ ଟିମ୍ ବିଧ୍ୱଂସ ବ୍ୟାଟିଂ ଲାଇନ ଅପ୍ ସହ ହାଇ ସ୍କୋରିଂ ମ୍ୟାଚ ପାଇଁ ପ୍ରସ୍ତୁତ ଥିବା ବେଳେ ସାରଜାହାର ବ୍ୟାଟିଂ ଫ୍ରେଣ୍ଡଲି ପିଚ୍ ମ୍ୟାଚରେ ରୋମାଞ୍ଚ ଭରିବ । ଦିଲ୍ଲୀ ପଏଣ୍ଟ ଟେବୁଲରେ ଏବେ ୨ ନମ୍ୱର ସ୍ଥାନରେ ରହିଛି । ୫ଟି ମ୍ୟାରୁ ୪ଟିରେ ବିଜୟ ହାସଲ କରି ଟିମ୍ ଏକ ଦୃଢ ମନୋବଳ ସହ ରାଜସ୍ଥାନର ମୁକାବିଲା କରିବ ।

ଅନ୍ୟପକ୍ଷରେ ରାଜସ୍ଥାନରେ ତାରକା ଖେଳାଳିଙ୍କ ସଂଖ୍ୟା  ଅଧିକ । ସଞ୍ଜୁ ଓ ବଟଲର ଯେଉଁ ଭଳି ଭାବେ ପ୍ରଦର୍ଶନ କରୁଛନ୍ତି, ମ୍ୟାଚକୁ ଏକତରଫା କରିବାର ସବୁ ସାମର୍ଥ୍ୟ ସେମାନଙ୍କ ପାଖରେ ରହିଛି ବୋଲି କହିଲେ ଅତ୍ୟୁକ୍ତି ହେବନି । ସେହିଭଳି ଅଷ୍ଟ୍ରେଲିଆ ଟିମ୍ ଅଧିନାୟକ ଷ୍ଟିଭେନ ସ୍ମିଥ୍ ମଧ୍ୟ ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରୁଛନ୍ତି । ଏଣୁ ଦିଲ୍ଲୀ ପାଇଁ ମ୍ୟାଚ ସହଜ ହେବ ନାହିଁ ।ଦିଲ୍ଲୀ ମଧ୍ୟ ବ୍ୟାଟିଂରେ କୌଣସି ପ୍ରକାରରେ କମ୍ ନୁହେଁ ।

ଶିଖର ଧାଓ୍ୱନ ଓ ପୃଥ୍ୱୀ ସଙ୍କ ସହ ଇନିଙ୍ଗ୍ସ ଓପନ କରିବ ଦିଲ୍ଲୀ । ଉଭୟ ଦ୍ରୁତ ଗତିରେ ରନ୍ ସଂଗ୍ରହ କରିବାରେ ଏକଦମ ମାହିର୍ । ସେହିଭଳି ମଧ୍ୟ କ୍ରମରେ ଶ୍ରେୟସ ଆୟର, ରିଶବ୍ ପନ୍ଥ ଓ ମାର୍କସ ଷ୍ଟୋଇନିସ ମ୍ୟାଚକୁ ଦଳ ସପକ୍ଷକୁ ଆଣି ପାରିବେ ।ସାରଜାହାରେ ମ୍ୟାଚ ହାଇ ସ୍କୋରିଂ ହେଉଥିବା ହେତୁ ଉଭୟ ପକ୍ଷର ବୋଲିଂ ଉପରେ ମଧ୍ୟ ନଜର ରହିବ । ବିକଟ ପରିସ୍ଥିତିରେ ବୋଲରମାନେ କିଭଳି ପ୍ରଦର୍ଶନ କରୁଛନ୍ତି ତାହା ମଧ୍ୟ ମ୍ୟାଚ ବିଜୟ କିମ୍ୱା ପରାଜୟର ଏକ ବଡ଼ କାରଣ ହେବ ।

ରାଜସ୍ଥାନ ପକ୍ଷରୁ ପେସ୍ ୟୁନିଟ୍ ସମ୍ଭାଳିବା ଦାୟିତ୍ୱ ଜୟଦେବ ଉନାଦକତ୍, ଜୋଫ୍ରା ଆର୍ଚର ଓ ସ୍ରେୟସ ଗେପାଳଙ୍କ ଉପରେ ନ୍ୟସ୍ତ ରହିବ । ତେବେ ପାଓ୍ୱାର ପ୍ଲେ ଓଭରରେ ଅଙ୍କିତ ରାଜପୁତଙ୍କ ସ୍ୱିଂ କିଛି କମାଲ କରିପାରେ । ସେହିଭଳି ରବିଚନ୍ଦ୍ରନ୍ ଅଶ୍ୱିନୀ, ଏକ୍ସର ପଟେଲ୍ ସ୍ପିନ ବିଭାଗର ପ୍ରମୁଖ ଅସ୍ତ୍ର ହେବେ । ପେସ୍ ୟୁନିଟର ଏକମାତ୍ର ଭରସା ହେଲେ କାଗିସୋ ରାବାଡା । ଏମାନଙ୍କ ପ୍ରଦର୍ଶନ ଟିମର ଭାଗ୍ୟ ନିର୍ଦ୍ଧାରଣ କରିପାରେ । ତେବେ ଉଭୟ ଟିମର ଶକ୍ତି ବ୍ୟାଟିଂରେ ରହିଛି । ସାରଜାହା ମଧ୍ୟ ବ୍ୟାଟିଂଙ୍କ ପାଇଁ ସ୍ୱର୍ଗ । ଏଭଳି ସ୍ଥିତି ମ୍ୟାଚ କାହା ସପକ୍ଷରେ ଯିବ, ତାହା ସମୟ କହିବ ।

Leave a Reply