ପଣ୍ଟିଂଙ୍କୁ ନେଇ ବଡ଼ ବୟାନ ଦେଲେ ରୋହିତ, କହିଲେ ମୁମ୍ବାଇ ଇଣ୍ଡିଆନ୍ସର ସଫଳତା ପଛରେ…

Rohit Sharma

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ସବୁଠାରୁ ସଫଳ ଅଧିନାୟକ ରୋହିତ ଶର୍ମା । ସେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କଠାରୁ ନେଇଛନ୍ତି ସଫଳତାର ଜ୍ଞାନ । ରୋହିତ କହିଛନ୍ତି, ଦଳର ସମସ୍ତ ଖେଳାଳି କିପରି ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିବେ ତାହା ରିକି ପଣ୍ଟିଂଙ୍କଠାରୁ ଶିଖିଛି । ମୁମ୍ବାଇ ଇଣ୍ଡିଆନ୍ସର ସଫଳତାରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

Rohit Sharma

ଆଇପିଏଲ୍‌ରେ ସର୍ବାଧିକ ଚାରିଟି ରେକର୍ଡ ନିଜ ନାଁରେ କରିଛନ୍ତି ରୋହିତ । ଯାହା କି ଚେନ୍ନାଇ ସୁପର କିଙ୍ଗ୍‌ସର ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କଠାରୁ ଗୋଟିଏ ଅଧିକ । ରୋହିତ ଇଣ୍ଡିଆ ଟୁଡେ’ର ଏକ କାର୍ଯ୍ୟକ୍ରମରେ ନିଜର ଅଧିନାୟକତ୍ୱର ପଦ୍ଧତି ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି ।

Rohit Sharma

ରୋହିତ କହିଛନ୍ତି, “ମୁଁ ଚେଷ୍ଟା କରେ ଯେ, କିପରି ସମସ୍ତ ଖେଳାଳିଙ୍କଠାରୁ ଛୋଟରୁ ଛୋଟ ଯୋଗଦାନ ସାଉଁଟି ପାରିବି । ଏବଂ ନିଜର ଭଲ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦେବି । ଏହାସହ ଟିମ୍‌ରେ ଥିବା ସବୁ ଖେଳାଳିଙ୍କ ସହ ସର୍ବଦା କଥା ହେବାକୁ ଚାହାନ୍ତି ବୋଲି ରୋହିତ କହିଛନ୍ତି । ଟିମ୍‌ରେ ପ୍ରତ୍ୟେକ ଖାଳାଳିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ, ଏବଂ ସେମାନେ ଏହା ଅନୁଭବ କରିବା ନିହାତି ଜରୁରୀ । ଏହା ରିକି ପଣ୍ଟିଂଙ୍କଠାରୁ ଶିଖିଥିବା କହିଛନ୍ତି ରୋହିତ ।

Rohit Sharma

ପଣ୍ଟିଂ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଜଣେ ଖେଳାଳି ଏବଂ କୋଚ୍‌ ରହିସାରିଛନ୍ତି । ରୋହିତ କହିଛନ୍ତି, ‘ପଣ୍ଟିଂ ମୋତେ କହିଥିଲେ ଯେ, ଅଧିନାୟକ ସବୁବେଳେ ଖେଳାଳିଙ୍କଠାରୁ କାମ ହାସଲ କଥା ଚିନ୍ତା କରିବା ଉଚିତ୍‌ ନୁହେଁ । ପ୍ରତ୍ୟେକ ଖେଳାଳିଙ୍କ କଥା ମଧ୍ୟ ଶୁଣିବା ଉଚିତ୍‌ । ପଣ୍ଟିଂ ଯେତେବେଳେ ମୁମ୍ବାଇ ଇଣ୍ଡିଆନ୍ସର ଅଂଶ ଥିଲେ ସେତେବେଳେ ତାଙ୍କଠାରୁ ବହୁତ କିଛି ଶିଖିଛନ୍ତି ରୋହିତ । ଏନେଇ ସେ ନିଜେ ବୟାନ ଦେଇଛନ୍ତି ।

Leave a Reply