କେବଳ ମୁମ୍ବାଇ ଇଣ୍ଡିଆନ୍ସକୁ ନୁହେଁ ଦିଲ୍ଲୀ ଓ ହାଇଦ୍ରାବାଦ ଦଳ ବି ହେବେ କୋଟିପତି, ଜାଣନ୍ତୁ କେଉଁ ଦଳକୁ ମିଳିବ କେତେ ?
ଦୁବାଇ: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ୨୦୨୦ର ଟାଇଟଲ୍ ଜିତିଛି । ମଙ୍ଗଳବାର ଫାଇନାଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀକୁ ପାଞ୍ଚ ୱିକେଟରେ ପରାସ୍ତ କରି ପଞ୍ଚମ ଥର ପାଇଁ ଚାମ୍ପିୟନ ହୋଇଛି। ଦୁବାଇରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ ରେ ଟସ୍ ଜିତିବା ପରେ ଦିଲ୍ଲୀ ୧୫୬/୭ ସ୍କୋର କରିପାରିଥିଲା । ଏହାର ଜବାବରେ ମୁମ୍ବାଇ ଆଠଟି ବଲ ରହି ପାଞ୍ଚଟି ୱିକେଟ୍ ସହ ମୈଇଦାନ ଛାଡ଼ିଥିଲା । ତେବେ ଆସନ୍ତୁ ଜଣିଭା ଏଥର ବିଜୟୀ ଦଳ କେତେ ଟଙ୍କା ଏବଂ ଫାଇନାଲରେ ପହଞ୍ଚି ହାର ମାନିଥିବା ଦଳ କେତେ ଟଙ୍କାର ପୁରଷ୍କାର ପାଇଛି ।
ସୂଚନାଯୋଗ୍ୟ ଯେ, ଆଇପିଏଲ୍ ବିଜେତା ୨୦ କୋଟି ଟଙ୍କା ପାଇଥିବାବେଳେ ହାରିଥିବା ଦଳକୁ ସାଢେ ୧୨ କୋଟି ଟଙ୍କା ମିଳିଛି। ତେବେ ପୂର୍ବରୁ ଖବର ଆସିଥିଲା ଯେ, କରୋନା ମହାମାରୀ ହେତୁ ବିସିସିଆଇ ବିଜେତା ଦଳକୁ ବିଜୟ ପୁରଷ୍କାରର ପରିମାଣକୁ ହ୍ରାସ କରିପାରେ। ଏଥିସହିତ ହାଇଦ୍ରାବାଦ ଦଳକୁ ୧୦.୫ କୋଟି ଟଙ୍କା ମିଳିଛି । ଉଲ୍ଲେଖନୀୟ ବିଷୟ ହେଉଛି, କରୋନା ମହାମାରୀ ହେତୁ ବିସିସିଆଇ ମାର୍ଚ୍ଚ ମାସରେ ନିଜେ ଖର୍ଚ୍ଚ କାଟ ଆରମ୍ଭ କରିଥିଲା ଏବଂ ଏହି ନିଷ୍ପତ୍ତି ଏହାର ଏକ ଅଂଶ । ବିସିସିଆଇ ଅନୁଯାୟୀ ସମସ୍ତ ଫ୍ରାଞ୍ଚାଇଜର ଆର୍ଥିକ ସ୍ଥିତି ଭଲ। ସେମାନଙ୍କର ଆୟ ବୃଦ୍ଧି କରିବାର ଅନେକ ଉପାୟ ଅଛି, ଯେପରିକି ପ୍ରାଯୋଜକ, ତେଣୁ ପୁରସ୍କାର ରାଶି ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।
କହିରଖୁଛୁ ଯେ, ଅରେଞ୍ଜ କ୍ୟାପ୍ (ସର୍ବାଧିକ ରନ୍) ଏବଂ ପରପଲ୍ କ୍ୟାପ୍ (ସର୍ବାଧିକ ୱିକେଟ୍) ଧାରକ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ । ଏବଂ ଏହି ଲିଷ୍ଟରେ ସାମିଲ ହୋଇଛନ୍ତି ପଞ୍ଜାବର କେ ଏଲ୍ ରାହୁଲ ଏବଂ ଦିଲ୍ଲୀର ସୁପର ବୋଲର ରାବାଡ଼ା । ଆଇପିଏଲ୍ ୨୦୨୦ରେ କେ.ଏଲ୍ ରାହୁଲଙ୍କୁ ସର୍ବାଧିକ ୬୭୦ ସ୍କୋର କରିଥିବା ବେଳେ ଦିଲ୍ଲୀର କାଗିସୋ ରାବାଡା ସର୍ବାଧିକ ୩୦ ୱିକେଟ୍ ନେଇଛନ୍ତି ।