ଆଇପିଏଲ୍ ୨୦୨୨; ଆଜିଠୁ ପ୍ଳେ-ଅଫ୍ ମ୍ୟାଚ୍

ନୂଆଦିଲ୍ଲୀ: ଆଜିଠୁ ଚଳିତ ଆଇପିଏଲ ସିଜିନର ପ୍ଲେ ଅଫ୍ ମ୍ୟାଚ୍ । ଆଜି ଖେଳାଯିବ ପ୍ରଥମ କ୍ୱାଲିଫାୟର ମ୍ୟାଚ୍ । ମୁହାଁମୁହିଁ ହେବେ ଗୁଜରାଟ ଟାଇଟାନ୍ସ ଓ ରାଜସ୍ଥାନ ରୟାଲସ । ସନ୍ଧ୍ୟା ୭ଟା ୩୦ରେ କୋଲକାତାର ଇଡେନଗାର୍ଡେନରେ ହେବ ଖେଳ । ଚଳିତ ଆଇପିଏଲ ସିଜିନର ପଏଣ୍ଟ ଟେବୁଲରେ ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି ଗୁଜରାଟ ଓ ରାଜସ୍ଥାନ । ନିଜର ପ୍ରଥମ ଆଇପିଏଲ ସିଜନରେ ହିଁ ପ୍ଲେ ଅଫରେ ପ୍ରବେଶ କରିଛନ୍ତି ଗୁଜରାଟ ।

ଆଜିର ମ୍ୟାଚ ଜିତି ସିଧାସଳଖ ଫାଇନାଲ ଟିକେଟ କାଟିବାକୁ ଉଦ୍ୟମ କରିବେ ଉଭୟ ଟିମ୍ । ଯିଏ ପରାଜିତ ହେବ ତାକୁ ମିଳିବ ଆଉ ଏକ ସୁଯୋଗ । ଏଲିମିନେଟର ମ୍ୟାଚର ବିଜୟୀ ଦଳ ସହିତ ପୁଣି ମୁହାଁମୁହିଁ ହେବ ଆଜିର ପରାଜିତ ଟିମ୍ । ପଏଣ୍ଟ ଟେବୁଲର ତୃତୀୟ ଓ ଚତୁର୍ଥ ସ୍ଥାନରେ ଯଥାକ୍ରମେ ରହିଛନ୍ତି ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଉଭୟଙ୍କ ମଧ୍ୟରେ ଆସନ୍ତାକାଲି ହେବ ଏଲିମିନେଟର ମ୍ୟାଚ । ଏମାନଙ୍କ ମଧ୍ୟରେ ବିଜୟୀ ଦଳ ପ୍ରଥମ କ୍ୱାଲିଫାୟରେ ପରାଜିତ ଦଳ ସହିତ ଖେଳିବ ଦ୍ୱିତୀୟ କ୍ୱାଲିଫାୟର । ଆସନ୍ତା ୨୭ରେ ଏହି ମ୍ୟାଚ ଖେଳାଯିବ । ପରେ ମେ ୨୯ ତାରିଖରେ ଅହମ୍ମଦାବାଦରେ ଖେଳାଯିବ ଗ୍ରାଣ୍ଡ୍ ଫାଇନାଲ ।

ଏଥିସହିତ ପଢ଼ନ୍ତୁ: ୧୦ରେ ରାଜ୍ୟସଭା ନିର୍ବାଚନ; ରାଜ୍ୟରେ ପ୍ରାର୍ଥୀ ଦେଇନପାରନ୍ତି ବିରୋଧୀ