IPL: ପ୍ଲେ ଅଫରେ ଧମାକେଦାର ଏଣ୍ଟ୍ରି କଲା ମୁମ୍ବାଇ, RCBକୁ ୫ ୱିକେଟରେ ହରାଇଲା

1 min read

ନୂଆଦିଲ୍ଲୀ: ପ୍ଲେ ଅଫରେ ପ୍ରବେଶ କଲା ମୁମ୍ବାଇ ଇଣ୍ଡିଆନ୍ସ । ଗତକାଲି ଆଇପିଏଲର ୪୮ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୫ ଓ୍ୱିକେଟରେ ପରାସ୍ତ କରିଛି ମୁମ୍ବାଇ । ଏଥିସହ ୧୨ଟି ମ୍ୟାଚରୁ ଅଷ୍ଟମ ବିଜୟ ସହ ଦଳ ମୋଟ ୧୬ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ଶୀର୍ଷରେ ରହଛି । ମୁମ୍ବାଇ ଆଗକୁ ଖେଳିବାକୁ ଥିବା ୨ଟି ମ୍ୟାଚ୍ ହାରିଲେ ମଧ୍ୟ ପ୍ଲେ ଅଫ୍ ଉପରେ ଏହାର ପ୍ରଭାବ ପଡିବ ନାହିଁ ।

ସେପଟେ ପ୍ଲେ ଅଫ୍ ଖେଳିବାକୁ ହେଲେ ଆରସିବିକୁ ଭଲ ରନ୍ ରେଟରେ ମ୍ୟାଚ୍‌ ଜିତିବାକୁ ପଡିବ । ଆରସିବି ମୋଟ ୧୨ଟି ମ୍ୟାଚରୁ ୭ଟି ଜିତି ୧୨ପଏଣ୍ଟ ହାସଲ କରିଛି । ଗତକାଲି ମୁମ୍ବାଇ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ବାଙ୍ଗାଲୋର ବ୍ୟାଟିଂ କରି ମୁମ୍ବାଇ ଆଗରେ ୧୬୫ ରନ୍‌ର ଟାର୍ଗେଟ୍ ରଖିଥିଲା । ଜବାବରେ ୫ଟି ବଲ୍ ବାକି ଥାଇ ୫ ୱିକେଟରେ ଦଳ ମ୍ୟାଚକୁ ଜିତି ନେଇଥିଲା ।

ସେହିପରି ଗତକାଲି ମ୍ୟାଚରେ କମାଲ କରିଥିଲେ ସୂର୍ଯ୍ୟକୁମାର । ମୁମ୍ବାଇ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ଅପରାଜିତ ୭୯ରନ୍ କରିଥିଲେ । ଯଦିଓ ବାଙ୍ଗାଲୋର ତରଫରୁ ଦେବଦତ୍ତ ପଦିକଲ୍ ୭୪ରନ୍ କରିଥିଲେ ତଥାପି ଦଳକୁ ବଜୟୀ କରିପାରି ନଥିଲେ । ସେପଟେ ଆଜି ଆଇପିଏଲରେ ଚେନ୍ନାଇକୁ ଭେଟିବ କୋଲକାତା ନାଇଟ୍ ରାଇଡର୍ସ ।

Leave a Reply