IPL ଅଧାରୁ ଦଳ ଛାଡିବେ ପ୍ଲେୟାର, ନୂଆ ଦଳକୁ ଯିବା ତାଲିକାରେ ଅଛନ୍ତି ତାହିର୍ ଓ ରାହାଣେ…

ଭୁବନେଶ୍ୱର: ଏଥରର ଆଇପିଏଲର ମିଡ୍ ସିଜିନ ଟ୍ରାନ୍ସଫର ପାଇଁ ବହୁ ଖେଳାଳିଙ୍କ ନାମ ସାମିଲ ରହିଛି । ଦଳର ଫ୍ରାଞ୍ଚାଇଜଙ୍କ ସହମତି କ୍ରମେ ଖେଳାଳିମାନେ ଟୁର୍ଣ୍ଣାମେଣ୍ଟ ଅଧାରୁ ହିଁ ଏଭଳି ନିଷ୍ପତ୍ତି ନେଇପାରିବେ । ତେବେ ୮ଟି ଦଳ ଏମିତି ଅନେକ ବଡ ଚେହେରା ରହିଛନ୍ତି, ଯେଉଁମାନେ ଦଳ ବଦଳାଇବା ନେଇ ନିଷ୍ପତ୍ତି ନେଇ ପାରନ୍ତି । ପ୍ରାବଧାନ ଅନୁଯାୟୀ, ଯେଉଁ ଖେଳାଳି ଦଳ ପରିବର୍ତ୍ତନ କରିବାକୁ ଇଚ୍ଛୁକ ଥିବେ, ସେ  ସର୍ବାଧିକ ୨ଟି ମ୍ୟାଚ ଖେଳିଥିବା ଆବଶ୍ୟକ ।

ଦୁଇଟିରୁ ଅଧିକ ମ୍ୟାଚ ଖେଳିଥିଲେ, ଉକ୍ତ ଖେଳାଳିଙ୍କୁ ମିଡ୍ ସିଜିନ୍ ଟ୍ରାନ୍ସଫର୍ ପ୍ରକ୍ରିୟାରେ ସାମିଲ କରାଯିବ ନାହିଁ । ତେବେ କିଛି ଏଭଳି ଚେହେରା ଯେଉଁମାନେ ବଗତ ଦିନରେ ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ ମଧ୍ୟ ଆଇପିଏଲର ବଛା ୧୧ରେ ସାମିଲ ହୋଇ ପାରିନାହାନ୍ତି, ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଆଜିଙ୍କ୍ୟ ରାହାଣେ, କ୍ରିସ ଗେଲ୍, ନାଥନ କୁଲଟରନାଇଲ ଓ ଇମ୍ରାନ ତାହିରଙ୍କ ଭଳି ସବୁଠାରୁ ଅଧିକ ଆକର୍ଷଣରେ ରହିଛନ୍ତି । ଏମାନେ ଦଳ ବଦଳ କରିପାରନ୍ତି ।

ଉଲ୍ଲେଖଯୋଗ୍ୟ ଯେ ମିଡ୍ ସିଜିନ୍ ଟ୍ରାନ୍ସଫର୍ ପାଇଁ ମୁମ୍ୱାଇ ଅଣ୍ଡିଆନ୍ସର ୧୩ ଜଣ, ଦିଲ୍ଲୀ କ୍ୟାପିଟାଲ୍ସର ୯ ଜଣ, କୋଲକାତା ନାଇଟ ରାଇଡର୍ସର ୧୦, ରୟାଲ ଚ୍ୟାଲେଞ୍ଜର୍ସର ୧୧, ହାଇଦ୍ରାବାଦର ୧୩, ରାଜସ୍ଥାନ ରୟାଲ୍ସର ୧୧, ଚେନ୍ନାଇ ସୁପର କିଙ୍ଗ୍ସର ୧୦ ଓ କିଙ୍ଗ୍ସ ୧୧ ପଞ୍ଜାବର ୧୩ ଜଣ ଖେଳାଳିଙ୍କ ମଧ୍ୟରୁ କେହି ବି ଏହି ପ୍ରକ୍ରିୟାରେ ଅଂଶଗ୍ରହଣ କରି ପାରନ୍ତି ।

Leave a Reply