ଆର୍ଚରଙ୍କ ଧୁଆଁଧାର ବୋଲିଂରେ ନତମସ୍ତକ ହେଲେ କୋଲକତା ନାଇଟ୍ ରାଇଡର୍ସ
1 min readଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ସିଜନ୍ ୧୩ର ୧୨ତମ ମ୍ୟାଚ ଖେଳାଯାଉଛି । ବୁଧବାରରେ କୋଲକାତା ନାଇଟ୍ ରାଇଡର୍ସ ରାଜସ୍ଥାନ ରୟାଲ୍ସକୁ ୩୭ ରନରେ ପରାସ୍ତ କରିଛି । ରାଜସ୍ଥାନ ରୟାଲ ଯଦିଓ ଏହି ମ୍ୟାଚ୍ ହାରିଛି କିନ୍ତୁ ସେମାନଙ୍କର ଷ୍ଟାର୍ ବୋଲର ଜୋଫ୍ରା ଆର୍ଚର ନାଇଟ୍ ରାଇଡର୍ସ ବ୍ୟାଟ୍ସମ୍ୟାନମାନଙ୍କୁ ସେମାନଙ୍କୁ ଖେଳିବାକୁ ଦେଇ ନଥିଲେ । ଏହି ମ୍ୟାଚରେ ଘଣ୍ଟା ପ୍ରତି ୧୫୨.୧ କିଲୋମିଟର ବେଗରେ ବୋଲିଂ କରିଥିଲେ ।
କୋଲତା ଟିମର ଦମଦାର ଖେଳାଳି ରସେଲଙ୍କୁ ଦେଖି ସ୍ମିଥ୍ ବୋଲିଂ ପାଇଁ ଆର୍ଚରଙ୍କୁ ତୁରନ୍ତ ଡାକିଥିଲେ । ଏହା ପରେ ଗିଲ ହୋଇଥିଲେ ଆଉଟ୍ । ତୃତୀୟ ଓଭରରେ ଆର୍ଚର ଆଉ ଏକ ଚମତ୍କାର ବୋଲିଂ କରିଥିଲେ। ବଟଲରଙ୍କ ହାତରୁ କେକେଆର୍ ଅଧିନାୟକ ଦୀନେଶ କାର୍ତ୍ତିକଙ୍କୁ ଆଉଟ କରିଥିଲେ । ଆର୍ଚରଙ୍କ ବଲର ବାଉନ୍ସ ବଝିବାରେ କାର୍ତ୍ତିକ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ ।
ଆର୍ଚର ଏତେ ଆଶ୍ଚର୍ଯ୍ୟଜନକ ଫର୍ମରେ ଥିଲେ ଯେ ସେ ତାଙ୍କର ପ୍ରଥମ ତିନି ଓଭରରେ ମାତ୍ର ଚାରି ରନ୍ ଦେଇଥିଲେ ଏବଂ ଦୁଇଟି ୱିକେଟ୍ ନେଇଥିଲେ। ନିଜେ ତୃତୀୟ ଓଭରରେ ୧୫୨.୧ କିଲୋମିଟର ବେଗରେ ଇଏନ୍ ମୋର୍ଗାନଙ୍କୁ ବଲ୍ ବୋଲିଂ କରିଥିଲେ।
ଯଦିଓ ଆର୍ଚରଙ୍କ ଏହି ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ ଦଳକୁ ଜିତିବାରେ ସହାୟକ ହୋଇପାରିଲା ନାହିଁ । ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇଡର୍ସ ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ୧୭୫ ରନ୍ ଚ୍ୟାଲେଞ୍ଜ ରଖିଥିଲେ । ଟୁର୍ନାମେଣ୍ଟରେ ପ୍ରଥମ ଥର ପାଇଁ ରାଜସ୍ଥାନର ବ୍ୟାଟିଂ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା । ରାଜସ୍ଥାନ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୩୭ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା ଏବଂ ୩୭ ରନରେ ପରାଜୟର ସମ୍ମୁଖୀନ ହୋଇଥିଲା।
[DISPLAY_ULTIMATE_SOCIAL_ICONS]