‘ହିନ୍ଦୀ ସମେତ ଦେଶର ଆଞ୍ଚଳିକ ଭାଷାରେ ମଧ୍ୟ ଉପଲବ୍ଧ ହେବ ଇଣ୍ଟରନେଟ୍ ମେଟରିଆଲ୍’

ପାଟଣା: ଯଦି ସବୁକିଛି ଠିକ୍ ଚାଲେ, ତେବେ ଖୁବଶୀଘ୍ର ଇଣ୍ଟରନେଟରେ ଉପଲବ୍ଧ ମେଟରିଆଲ୍ ଦେଶର ଆଞ୍ଚଳିକ ଭାଷାଗୁଡ଼ିକରେ ମଧ୍ୟ ଉପଲବ୍ଧ ହେବ । ହିନ୍ଦୀ ସମେତ ଦେଶର ଅନ୍ୟ ଆଞ୍ଚଳିକ ଭାଷାରେ ଏହି ଇଣ୍ଟରନେଟ୍ ମେଟରିଆଲ୍ ଉପଲବ୍ଧ ହେବ । ଦେଶର ଡିଜିଟାଲ ପାଓ୍ୱାରକୁ ଅଧିକ ସୁଦୃଢ଼ କରିବାକୁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

Image result for minister ravi shankar prasad

ଏ ସମ୍ପର୍କରେ ସୂଚିତ କରି କେନ୍ଦ୍ର ପ୍ରଯୁକ୍ତି ବିଦ୍ୟା ଓ ଆଇନ ମନ୍ତ୍ରୀ ରବି ଶଙ୍କର ଗଣମାଧ୍ୟମକୁ କହିଛନ୍ତି ଯେ, ଇଣ୍ଟରନେଟ୍ ମେଟିଆଲ୍ ଗୁଡ଼ିକ ହିନ୍ଦୀ ସହ ଦେଶର ଅନ୍ୟ ଭାଷାରେ ମଧ୍ୟ ଅନୁବାଦ ହେବ । ଯାହା ଦ୍ୱାରା ଦେଶର ଡିଜିଟାଲ ପାଓ୍ୱାର ଅଧିକ ସୁଦୃଢ଼ ହୋଇପାରିବ । ଡିଜିଟାଲ କ୍ଷେତ୍ରରେ ଭାରତ ବିଶ୍ୱର ସବୁଠାରୁ ବଡ଼ ଶକ୍ତି ଭାବେ ଉଭା ହୋଇଛି । ଦେଶର ସମସ୍ତ ଆଞ୍ଚଳିକ ଭାଷାରେ ଇଣ୍ଟରନେଟ୍ ମେଟରିଆଲକୁ ଉପଲବ୍ଧ କରାଇବାକୁ ଚଳିତ ବଜେଟରେ ମଧ୍ୟ ସ୍ୱତନ୍ତ ବ୍ୟାୟ ବରାଦ ହୋଇଛି । ବର୍ତ୍ତମାନ ସାରାଦେଶ ମୋଟ ୧୩୫ କୋଟି ଜନସଂଖ୍ୟା ମଧ୍ୟରୁ ୧୨୦ ଲୋକ ମୋବାଇଲ ବ୍ୟବହାର କରୁଛନ୍ତି, ୭୦ କୋଟି ଲୋକ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ବେଳେ ୬୦ରୁ ୭୦ କୋଟି ଲୋକେ ଇଣ୍ଟରନେଟ୍ ସେବା ବ୍ୟବହାର କରୁଛନ୍ତି ।

Leave a Reply