କରୋନା ପରେ ଏବେ କଳିଙ୍ଗ ଷ୍ଟାଡିୟମକୁ ଫେରିବ ଅନ୍ତର୍ଜାତୀୟ ମ୍ୟାଚ୍‌

Kalinga Stadium

କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ମୁକାବିଲା । ପୁଣି କଳିଙ୍ଗକୁ ଫେରିବ ଅନ୍ତର୍ଜାତୀୟ ପ୍ରତିଯୋଗିତା । କରୋନା ଭିତରେ ଦୀର୍ଘଦିନ ଧରି କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ପ୍ରତିଯୋଗିତା ହୋଇ ପାରିନାହିଁ । କିନ୍ତୁ କଟକଣା କୋହଳ ହେବା ପରେ ଏବେ ପୁଣି ଥରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳିବ ପୁଟବଲ ଓ ହକି ଟକ୍କର ।

ଆସନ୍ତା ୨୦୨୨ ଜାନୁଆରୀ ୨୦ ରୁ ୬ ଫେବୃଆରୀ ପର୍ଯ୍ୟନ୍ତ ଏଏଫସି ମହିଳା ଏସିଆନ କପ୍ ଖେଳାଯିବ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଏହି ପ୍ରତିଯୋଗିତାର କିଛି ମ୍ୟାଚ୍‌ । ଏଥିପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । କଳିଙ୍ଗ ଷ୍ଟାଡିୟମ ସହ ଅହମଦାବାଦ ଓ ନେଭି ମୁମ୍ବାଇରେ ଖେଳାଯିବ ମ୍ୟାଚ୍‌ । ମୋଟ ୧୮ ଦିନରେ ୨୫ଟି ମ୍ୟାଚ ଖେଳାଯିବ । ସମସ୍ତ ଦଳକୁ ୩ଟି ଗ୍ରୁପରେ ଭାଗ କରାଯାଇଛି । ଦେଶରେ ମହିଳା ଫୁଟବଲର ପ୍ରସାର ପାଇଁ ଏହି ଇଭେଣ୍ଟ ଆୟୋଜନର ଭାର ସମ୍ଭାଳିଛି ଭାରତ ।

ଚଳିତ ବର୍ଷ ମେ ମାସରେରେ ହକି ପ୍ରୋ ଲିଗ ମଧ୍ୟ ଭୁବନେଶ୍ୱର କଳିଙ୍ଗ ହକି ଷ୍ଟାଡିୟମରେ ଖେଳାଯିବ । ମେ ୨୯ ଓ ୩୦ ତାରିଖରେ ଭାରତ ଓ ନ୍ୟୁଜଲାଣ୍ଡ ମଧ୍ୟରେ ଦୁଇଟି ମ୍ୟାଚ ଖେଳାଯିବାକୁ ସ୍ଥିର ହୋଇଛି । ଦୀର୍ଘଦିନ ପରେ କଳିଙ୍ଗରେ ଅନ୍ତର୍ଜାତୀୟ ହକି ଖେଳାଯିବାକୁ ଥିବାରୁ ହକି ପ୍ରେମିଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି । ସେପଟେ କଳିଙ୍ଗ ଏବେ ଦେଶରେ ସ୍ପୋର୍ଟସର ନୂଆ ଡେଷ୍ଟିନେସନ ସାଜିଥିବା କହିଛନ୍ତି ହକି ପ୍ରୋମସନ କାଉଂସିଲର ଚ୍ୟାରମ୍ୟାନ ଦିଲ୍ଲୀପ ତିର୍କୀ ।

କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବାକୁ ଥିବା ୧୭ ବର୍ଷରୁ କମ୍‌ ମହିଳା ଫିଫା ବଶ୍ୱକପ୍ କରୋନା ଯୋଗୁଁ ବାତିଲ ହେବା, ଖେଳ ପ୍ରେମୀଙ୍କୁ ନିରାଶ କରିଥିଲା । କିନ୍ତୁ ଏବେ ପୁଣି ଅନ୍ତର୍ଜାତୀୟ ମ୍ୟାଚ୍‌ ଫେରୁଥିବାରୁ ଉତ୍ସାହ ପ୍ରକାଶ ପାଇଛି ।

Leave a Reply