ଗୋଟିଏ ଘରେ ୨ଟି ସ୍ତ୍ରୀ, ସୋସିଅଲ ମିଡିଆ ରିଲ୍‌ ପାଇଁ ରଖିଛନ୍ତି କ୍ୟାମେରାମ୍ୟାନ୍‌

ଗାଙ୍ଗବାରରେ ପ୍ରାଣ ହରାଇଥିବା ଡନ୍‌ ଦେବା ଗୁର୍ଜରର ରିଲ୍‌ ଏବଂ ରିଅଲ ଲାଇଫ୍‌ ଖୁବ୍‌ କୌତୁହଳପୂର୍ଣ୍ଣ । ଦେବା ଦୁଇଟି ବିବାହ କରିଥିଲା ଏବଂ ସୋସିଅଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ମଧ୍ୟ ରହୁଥିଲା । ତା’ର ପ୍ରାୟ ୨ ଲକ୍ଷ ଫଲୋର୍ସ । ପ୍ରତିଦିନ ଷ୍ଟଣ୍ଟଠାରୁ ଆରମ୍ଭ କରି ମାରପିଟ୍‌ ଭିଡ଼ିଓ ଶେୟାର କରୁଥିଲା ଦେବା ।

ସୋସିଅଲ ମିଡିଆରେ ଖୁବ୍‌ ଲୋକପ୍ରିୟ ଦେବା ଦୁଇଟି ବିବାହ କରିଥିଲା । ତା’ର ୮ଟି ପୁଅ ଏବଂ ଗୋଟିଏ ଝିଅ । ଦୁଇ ପତ୍ନୀ କାଲି ବାଈ ଏବଂ ଇନ୍ଦୀରା ବାଈଙ୍କ ସହିତ ଗୋଟିଏ ଘରେ ଦେବା ରହୁଥିଲା । ତେବେ କେବଳ ନିଜେ ରିଲ୍‌ କରୁନଥିଲା ବରଂ ଦୁଇ ପତ୍ନୀଙ୍କୁ ମଧ୍ୟ ଏଥିରେ ସାମିଲ କରୁଥିଲା । ଉଭୟଙ୍କ ସହିତ ସପିଂ ଏବଂ କରଓ୍ୱା ଚୌଥର ଭିଡ଼ିଓ ଶେୟାର କରୁଥିଲା ଦେବା ।

ଆଶ୍ଚର୍ଯ୍ୟର କଥା ହେଉଛି ଏହି ଡନ୍‌ ପାଖରେ ପ୍ରାୟ ୫୦ରୁ ଅଧିକ ଟିମ୍‌ ଥିଲା । ଡନ୍‌ ନାଁ’ରେ ସୋସିଅଲ ମିଡିଆ ପେଜ୍‌ ମଧ୍ୟ କରିଥିଲା ଦେବା । ନିଜ ସହିତ ଏକ କ୍ୟାମେରାମ୍ୟାନ୍‌ ମଧ୍ୟ ରଖୁଥିଲା । ଦେବା ଉପରେ କୋଟାର ଆରକେପୁରମ ଥାନାରେ ଏକାଧିକ ମାମଲା ରୁଜୁ ହୋଇଛି । ଯେଉଁଥିରେ ଲୁଟ୍‌, ମାରପିଟ୍‌, ବଟି ଆଦାୟ ଭଳି ମାମଲା ଅନ୍ତର୍ଭୁକ୍ତ ।

ଦେବା ମୃତ୍ୟୁର ୮ ଦିନ ପୂର୍ବରୁ ଆଶଙ୍କା କରୁଥିଲା । ସେ ଲେବର ସପ୍ଲାଇ କରୁଥିଲା । ପ୍ରାୟ ୬ ଜଣ ଲୋକ ଦେବାକୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ । ଯାହାର  ଅଡ଼ିଓ ରେକର୍ଡ଼ିଂ ଥିବା କଥା ଦେବା ଜଣାଇଥିଲା । ତେବେ ଧମକ ଦେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣକୁ ହତ୍ୟାକାରୀ ବୋଲି କୁହାଯାଉଛି । ସେ ଦେବାକୁ ୧୦ ଲକ୍ଷ ଟଙ୍କା ଡିମାଣ୍ଡ କରୁଥିଲା । ଏହା ମଧ୍ୟ କୁହାଯାଉଛିଯେ, ଆକ୍ରମଣ କରିଥିବା ବ୍ୟକ୍ତି ଦେବାର ବନ୍ଧୁ । କିଛି ମାସର ଲଢ଼େଇକୁ ନେଇ ଏହି ହତ୍ୟା ହୋଇଛି । ପ୍ରାୟ ୮ରୁ ୧୦ ଦିନ ମଧ୍ୟରେ ଦେବାର ପତ୍ନୀକୁ ତା ସାଙ୍ଗ ମାରପିଟ୍‌ ମଧ୍ୟ କରିଥିଲା ।ଏହାକୁ ନେଇ ଥାନାରେ ମାମଲା ରୁଜୁ ହୋଇଥିଲା ।