spot_img

Latest Posts

ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଅଭିଯୋଗ ପରେ ନିଲମ୍ବିତ ହେଲେ ଇନ୍ସପେକ୍ଟର

ରାଉରକେଲା: ରାଉରକେଲା ସହରର ଉଦିତନଗର ଥାନାରେ ଜଣେ ନାବାଳକଙ୍କୁ ତିନି ଜଣ ପୋଲିସ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଅଭିଯୋଗ ହୋଇଛି। ଅଭିଯୋଗ ପରେ ଜଣେ ସବ ଇନ୍ସପେକ୍ଟରଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି। ଏହାସହ ତିନି ଜଣ ପୋଲିସଙ୍କୁ ମାନବାଧିକାର କମିଶନଙ୍କ କୋର୍ଟରେ ହାଜର ହେବା ପାଇଁ ସମନ ଜାରି କରାଯାଇଥିବା ଶିଶୁ ମଙ୍ଗଳ କମିଟି ସଦସ୍ୟ ରଣଧୀର କୁମାର ଲେଙ୍କା ସୂଚନା ଦେଇଛନ୍ତି।

ଉଦିତନଗର ଥାନାରେ ଗତ ଡିସେମ୍ବର ୨୬ ତାରିଖ ରାତିରେ ଜଣେ ନାବାଳକଙ୍କୁ ତିନି ଜଣ ପୋଲିସ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଇଥିବା ୩୦ ତାରିଖରେ ଶିଶୁ ମଙ୍ଗଳ କମିଟି ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଶିଶୁ ମଙ୍ଗଳ କମିଟି, ଚାଇଲଡ୍ ଲାଇନ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସକୁ ଶିଶୁ ମଙ୍ଗଳ କମିଟି ପକ୍ଷରୁ ସୁପାରିଶ କରାଯାଇଥିଲା।

ନାବାଳକଙ୍କ ଜେଜେମା ଉଦିତନଗର ଥାନାରେ ଗତ ଜାନୁଆରୀ ୮ ତାରିଖରେ ତିନି ପୋଲିସଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ମୋବାଇଲ ଚୋରି କରିଥିବା ସନ୍ଦେହରେ ୧୪ ବର୍ଷର ନାବାଳକଙ୍କୁ ଉଦିତନଗର ଥାନାରେ ବିଭିନ୍ନ ପ୍ରକାର ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦିଆଯାଇଥିବା ସୁନ୍ଦରଗଡ଼ ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ଅଭିଯୋଗ ହୋଇଥିଲା।

Latest Posts

Don't Miss