ବିମାନରେ ପକାଇଲେ ଛେପ, ଭାଇରାଲ୍ ହେଲା ଫଟୋ

ନୂଆଦିଲ୍ଲୀ: ପାଟିରେ ପାନ କି ଗୁଟଖା ଥିଲେ ଯେ କୌଣସି ସ୍ଥାନରେ ଛେପ ପକାଇବାକୁ ବିଲକୁଲ ବି ପଛଘୁଞ୍ଚା ଦିଅନ୍ତିନି ଭାରତୀୟ । ବସ୍, ଟ୍ରେନ୍ ହେଉ କି ଟ୍ୟାକ୍ସି ମଝିରେ ମଝିରେ ଝରକା ଖୋଲି ଛେପ ପକାଇବାଟା ଥୟ ।

ଏବେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖାଯାଉଛି ଯେ, ପ୍ଲେନରେ ଜଣେ ବ୍ୟକ୍ତି ଛେପ ପକାଇଛନ୍ତି । ତାହା ପୁଣି ଝରକା ପାଖରେ । କେହି କଳ୍ପନା ବି କରିପାରି ନଥିଲେ କେହି ଏପରି କରିପାରିବ ବୋଲି । ଏହା କେଉଁ ବିମାନର ତାହା ଜଣାପଡ଼ିନି ।

ଏହା ଦେଖି ଜଣାପଡ଼ୁଛି ଯେ, କେହି ଜଣେ ପାନ କି ଗୁଟଖା ଖାଇ ସେଠାରେ ଛେପ ପକାଇଛନ୍ତି । ଫଟୋକୁ ଜଣେ ଆଇଏଏସ୍ ଅଧିକାରୀ ତାଙ୍କ ଟ୍ବିଟର ପେଜରେ ସେୟାର କରିଛନ୍ତି । ସେ ଫଟୋ କ୍ୟାପସନରେ ଲେଖିଛନ୍ତି ‘କେହିଜଣେ ନିଜ ପରିଚୟ ଛାଡ଼ି ଯାଇଛି’ । ଏବେ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଏବେ ଯାଏ ଏହି ଫଟୋରେ ୬ ହଜାରରୁ ବି ଅଧିକା ଲାଇକ୍ ଏବଂ ୫ଶହରୁ ଅଧିକା ଲୋକ ରିଟ୍ବିଟ୍ କରିଛନ୍ତି ।