ପଞ୍ଚାୟତ ନିର୍ବାଚନରେ ବିଜେପି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ଥିଲା କାଳିମାଡ଼ କରିଥିବା ଭାସ୍କର: ବିଧାୟକ ଉମାକାନ୍ତ

1 min read

ପୁରୀ: ପଦାକୁ ଆସିଲା ସତ୍ୟବାଦୀରେ 5T ସଚିବଙ୍କ ଉପରେ ହୋଇଥିବା କାଳିମାଡ ଘଟଣାର ଘୃଣ୍ୟ ସତ । 5T ସଚିବଙ୍କ ଉପରେ କାଳିମାଡ କରିଥିବା ଭାସ୍କର ସାହୁ ଜଣେ ବିଜେପି କର୍ମୀ । ବିଜେପି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ଥିଲା ଭାସ୍କର । ବୋତଲରେ କାଳି ନେଇ ପଡ଼ିଆ ଭିତରକୁ ସେ ଆସିଥିଲା ଏବଂ ଶେଷ ସମୟରେ ଲୁଚି ଲୁଚି ପଡ଼ିଆରେ ପ୍ରବେଶ କରି କାଳି ମାଡ଼ କରିଥିଲା । ଏନେଇ ସୂଚନା ଦେଇଛନ୍ତି ବିଧାୟକ ଉମାକାନ୍ତ ସାମନ୍ତରାୟ ।

ସେ କହିଛନ୍ତି, କାଳିମାଡ କରି ଅତି ଘୃଣ୍ୟ କାମ କରିଛି ଭାସ୍କର । ମୋ ପଞ୍ଚାୟତର ପାଖ ପଞ୍ଚାୟତ ବାସିନ୍ଦା ଭାସ୍କର । ସ୍ବାଭିମାନ ଓ ସଂଗ୍ରାମୀ ମାଟି ସତ୍ୟବାଦୀରେ ଏପରି ଏକ କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ । ବିକାଶ କାର୍ଯ୍ୟକୁ ସହିନପାରି ବିଜେପି କର୍ମୀ ଏଭଳି କାର୍ଯ୍ୟ କରିଛି । ସେ କହିଛନ୍ତି, ଭାରତୀୟ ଜନତା ପାର୍ଟିର ଘୃଣିତ କାର୍ଯ୍ୟକୁ ନିନ୍ଦା କରାଯାଉଛି । ବିଜେପି ଏକ ବାହାପିଆ ମିଛୁଆ ଦଳ । ସତ୍ୟବାଦୀ ହେଉଛି ଅହିଂସାର ମାଟି ।