ଇନଫୋଭ୍ୟାଲି ଥାନା ପୋଲିସ ହାତରେ ମୋବାଇଲ ଲୁଟେରା ଗ୍ୟାଙ୍ଗ

1 min read

ଭୁବନେଶ୍ୱର: ଭୁବନେଶ୍ବର ଇନଫୋଭ୍ୟାଲି ଥାନା ପୋଲିସ ହାତରେ ମୋବାଇଲ ଲୁଟେରା ଗ୍ୟାଙ୍ଗ । ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଗିରଫ ଅଭିଯୁକ୍ତ ସତ୍ୟବ୍ରତ ସ୍ବାଇଁ, ସିଦ୍ଧାନ୍ତ ପ୍ରଧାନ ଓ ମୋହିତ ସାଇନୀ । ୩୪ଟି ଚୋରା ମୋବାଇଲ, ଦୁଇଟି ବାଇକ, ଭୁଜାଲୀ ଜବତ କରିଛି ପୋଲିସ । ଜାତୀୟ ରାଜପଥରେ ଏକୁଟିଆ ଯାଉଥିବା ଲୋକଙ୍କୁ ଟାର୍ଗେଟ କରୁଥିଲା ଗ୍ୟାଙ୍ଗ । ଗତ ୧୪ ତାରିଖରେ ଜାତୀୟ ରାଜପଥରେ ଜଣେ ଲୋକ ବୁଲେଟରେ ଯାଉଥିବାବେଳେ ମୋବାଇଲ ଛଡାଇ ନେଇଥିଲେ ।

ଖବର ପାଇ ପିସିଆର ପିଛାକରି ଗଙ୍ଗପଡା ଠାରେ ବାଇକ ପଡିଯିବାରୁ ସୁଶୀଲ ମଙ୍ଗରାଜକୁ କାବୁ କରିଥିବାବେଳେ ଦୁଇଜଣ ଖସି ପଲାଇଥିଲେ । ଖସି ପଳାଇଥିବା ଦୁଇଜଣଙ୍କୁ ଆଜି ଗିରଫ କରିଛି ପୋଲିସ । ଏହି ରାକେଟ ଦୁଇଟି ଗ୍ରୁପରେ ବାଇକରେ କରୁଥିଲେ ଅପରେସନ । ରାସ୍ତା କଡରେ ଗୋଟିଏ ଗ୍ରୁପ ଛକି ବସିଥିବା ବେଳେ ଅନ୍ୟ ଏକ ଗ୍ରୁପ ଲୋକଙ୍କ ପିଛା କରନ୍ତି ।

ଖୋଳତାଡ ବେଳେ ଆନ୍ତରାଜ୍ୟ ମୋବାଇଲ ଚୋରି ରାକେଟ ଲିଙ୍କ ସାମ୍ନାକୁ ଆସିଛି । ଚୋରା ମୋବାଇଲକୁ ଗୁରୁଗାଁଓରେ ଥିବା ଏକ କମ୍ପାନୀ କିଣୁଥିଲା । ଚୋରା ମୋବାଇଲ କିଣିବାକୁ ସଂପୃକ୍ତ କମ୍ପାନୀ ରି-ଗ୍ଳୋବ ନାମରେ ଏକ ଆପ ଖୋଲିଥିଲା । ଏହି ଆପ ଦ୍ବାରା କିଣାବିକା କରୁଥିଲା । ଆଧାର କାର୍ଡଦେଇ ଆପ ମାଧ୍ୟମରେ କମ୍ପାନୀ ମୋବାଇଲ କିଣୁଥିଲା । ଏହି କମ୍ପାନୀର ଆଉ ତା ପରେ ଭୁବନେଶ୍ବର କଟକ ରୋଡରେ ସଂପୃକ୍ତ କମ୍ପାନୀର ଶାଖାରେ କାମ କରୁଥିବା ମୋହିତ ସତ୍ୟବ୍ରତ ଓ ସିନ୍ଧାନ୍ତକୁ ଯୋଗାଯୋଗ କରି ମୋବାଇଲକୁ ୨ ରୁ ୩ ହଜାର ଟଙ୍କାରେ କିଣୁଥିଲେ ।

ସଂପୃକ୍ତ କମ୍ପାନୀ ମୋବାଇଲ ଗୁଡିକୁ ମରାମତି କରି ୧୦ ହଜାର ଟଙ୍କାରେ ବିକ୍ରି କରୁଥିଲା । ଭୁବନେଶ୍ବରରୁ ମୋହିତ ସାଇନ ବରମୁଣ୍ଡାରୁ ବସ ଯୋଗେ କୋଲକାତର ବାବୁଘାଟରେ ସ୍ଥାନୀୟ ଅଫିସରେ କାମ କରୁଥିବା ସନ୍ତୋଷକୁ ପଠାଉଥିଲା । ସଂପୃକ୍ତ କମ୍ପାନୀ ଚୋରା ମୋବାଇଲ ଗୁଡିକ କେଉଁ ଆଧାରର କିଣାବିକା କରୁଛି, ଜାଣିବା ଲାଗି ମେଲ କରିଛି ପୋଲିସ । ହେଲେ କମ୍ପାନୀ ପକ୍ଷରୁ କୌଣସି ଉତ୍ତରୁ ମିଳିନି ବୋଲି ଏସିପି କହିଛନ୍ତି ।