LoCରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଆଉ ୫ ଆତଙ୍କବାଦୀ ନିହତ

ଶ୍ରୀନଗର: ଦେଶ ଓ ବିଦେଶରେ କରୋନା ଆତଙ୍କ । ବିଶ୍ୱର ଏହି ମହାମାରୀ ସହ ଯୁଝୁଛନ୍ତି ଭାରତ ଓ ପାକିସ୍ତାନ । କିନ୍ତୁ, ପାକିସ୍ତାନର ଚିନ୍ତାଧାରାରେ କିଛି ପରିବର୍ତ୍ତନ ଆସିନି । କରୋନା ସହ ଲଢ଼ିବାକୁ ଇମ୍ରାନଙ୍କ ପାଖରେ ବଳ ନାହିଁ କିନ୍ତୁ ଭାରତକୁ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ସୁଯୋଗ ବି ଛାଡ଼ୁନାହାନ୍ତି । ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା ପଣ୍ଡ କରିଦେଇଛନ୍ତି ।

ଜମ୍ମୁ କଶ୍ମୀରର କୁପୱାଡ଼ା ଜିଲ୍ଲାରେ ସେନାକୁ ରବିବାର ଏହି ସଫଳତା ମିଳିଛି । କୁପୱାଡ଼ାର କେରନ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ ବେଳେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି । ଗୁଳିବିନିମୟରେ ଭାରତୀୟ ସେନାର ଜଣେ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ପ୍ରତିକୂଳ ପାଗ ଯୋଗୁଁ ସେଠାରେ ଫସିଥିବା ସୈନିକଙ୍କୁ ଉଦ୍ଧାର କରାଯାଇ ପାରିନାହିଁ ।

ଜମ୍ମୁ – କାଶ୍ମୀରରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

ଗତ ୨୪ ଘଣ୍ଟା ମଧ୍ୟରେ କଶ୍ମୀରରେ ୯ ଆତଙ୍କବାଦୀ ନିହତ ହୋଇଛନ୍ତି । କେରନ ସେକ୍ଟରରେ ୫ ଜଣ ନିହତ ହୋଇଥିବା ବେଳେ ଶନିବାର କୁଲଗାମରେ ୪ ଆତଙ୍କବାଦୀ ନହତ ହୋଇଥିଲେ । କୁପୱାଡ଼ାରେ ସେନାର ଅପରେସନ୍ ଗତ ୫ ଦିନ ଧରି ଚାଲିଥିଲା । ଖରାପ ପାଗର ଫାଇଦା ଉଠାଇ ନିୟନ୍ତ୍ରଣ ସୀମା ରେଖା ଡେଇଁବାକୁ ଚେଷ୍ଟା କରିଥିଲେ ପାକିସ୍ତାନୀ ଆତଙ୍କବାଦୀ ।

 

Leave a Reply