ଜମ୍ମୁ – କାଶ୍ମୀରରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

ଆଜି ଭୋରରୁ ଜମ୍ମୁ – କାଶ୍ମୀରରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଯାଇଛି । ଏଥିରେ ୩ଆତଙ୍କି ନିହତ ହୋଇଥିବାବେଳେ ଜଣେ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Image result for bullet-firing-between-army-and-terrorist-in-jammukashmir

ସୂଚନା ଅନୁଯାୟୀ ନୋଗ୍ରାତାର ବନ୍‌ ଅଞ୍ଚଳରେ ଥିବା ଟୋଲ ଗେଟ୍‌ ପାଖରେ ତଲାସି ଅଭିଯାନ ଜାରି ରହିଥିଲା । ଏହି ସମୟରେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ ଆତଙ୍କବାଦୀ । ଉଭୟ ପକ୍ଷ ମଧ୍ୟରେ ହୋଇଥିଲା ଗୁଳି ବିନିମୟ । ଯବାନଙ୍କ ଗୁଳିରେ ୩ଆତଙ୍କି ଟଳି ପଡ଼ିଥିଲେ ସେଇଠି । ଖସିଯାଇଥିବା ଆତଙ୍କିଙ୍କୁ ଖୋଜି ବାହାର କରିବାକୁ ତଲାସି ଅଭିଯାନ ଓ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଜମ୍ମୁ-ଶ୍ରୀନଗର ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ରହିଛି । ଆତଙ୍କି ମାନଙ୍କ ଟ୍ରକଟି ଶ୍ରୀନଗର ଅଭିମୁଖେ ଯାଉଥିବା ଜଣା ପଡିଛି ।

Leave a Reply