ଖୁବ୍ ଶୀଘ୍ର ସରିବ ରାଜ୍ୟର ୮୯ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ କାର୍ଯ୍ୟ

କୋଣାର୍କ: ରାଜ୍ୟରେ ନିର୍ମାଣାଧୀନ ୮୯ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର କାମ ଖବୁଶୀଘ ସରିବାକୁ ଯାଉଛି । ହକି ବିଶ୍ବକପ ପୂର୍ବରୁ ଏ ସମସ୍ତ ଇଣ୍ଡୋର ଷ୍ଟାଡିୟମର ଲୋକାର୍ପଣ କରିବେ ମୁଖ୍ରମନ୍ତ୍ରୀ । ଏନେଇ ସୂଚନା ଦଇଛନ୍ତି ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ସଫଳତା ପରେ ଓଡ଼ିଶାରେ ଅଲିମ୍ପିଆନ୍ ସୃଷ୍ଟି କରିବା ଲକ୍ଷ୍ୟରେ ୨୦୨୧ ଅଗଷ୍ଟ ମାସରେ ରାଜ୍ୟ ସରକାର ସବୁ ସହରାଞ୍ଚଳରେ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ କରିବାକୁ ନିଷ୍ପତ୍ତି ନେଇଥିଲେ ।

୧୮ ମାସରେ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥବା ବେଳେ, ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଛି କାମ । ଏଥିପାଇଁ ପାଖାପାଖି ୭୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ୍, ଜିମ୍ନାସିୟମ ଭଳି ବିଭିନ୍ନ ଖେଳର ସୁବିଧା ଉପଲବ୍ଧ ହେବ । ସରକାରଙ୍କ ୫ଟି ଅଧିନରେ ନିର୍ମାଣ ହେଉଥିବା ଏହି ବହୁମୁଖୀ ଷ୍ଟାଡିୟମ ବିପର୍ଯ୍ୟୟ ବେଳେ ଲୋକଙ୍କୁ ଥଇଥାନ କରାଯାଇ ପାରିବ । ପ୍ରତି ମ୍ୟୁନିସିପାଲିଟିରେ ୧୦୦ ଶଯ୍ୟା ଓ ପ୍ରତି ଏନଏସିରେ ୫୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ଡାକ୍ତରଖାନାରେ ପରିଣତ ହୋଇପାରିବ ଏହି ବହୁମଖୀ ଇଣ୍ଡୋର ଷ୍ଟାଡିୟମ ।