spot_img

Latest Posts

ପାକିସ୍ତାନ ସୀମାକୁ ଲାଗିଥିବା ନ୍ୟାସନାଲ ହାଇଓ୍ୱେ ଉପରେ ଓହ୍ଲାଇଲା ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ନ୍ୟାସନାଲ ହାଇଓ୍ୱେ ଉପରେ ଏୟାରଷ୍ଟ୍ରିପ। ପାକିସ୍ତାନ ସୀମାରେ ଥିବା ରାଜସ୍ଥାନର ଜାଲୋନ ଦେଇ ଯାଇଥିବା ହାଇୱେ ଉପରେ ଓହ୍ଲାଇଛି ଯୁଦ୍ଧ ବିମାନ । ରାଜସ୍ଥାନର ଜାଲୋରଠାରେ ହାଇଓ୍ୱେ ଉପରେ ସ୍ୱତନ୍ତ୍ର ଏୟାରଷ୍ଟ୍ରିପର ଶୁଭାରମ୍ଭ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଏୟାରଷ୍ଟ୍ରିପ ଉଦଘାଟନ କରିଛନ୍ତି। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ଏୟାର ଚିଫ୍ ମାର୍ଶାଲ ଆର କେ ଏସ ଭଦୋରିଆ, ସିଡିଏସ ଜେନେରାଲ ବିପିନ ରାଓ୍ୱତ ପ୍ରମୁଖ ଉପସ୍ଥିତ ଥିଲେ।

ପାକିସ୍ତାନ ସୀମାଠାରୁ ମାତ୍ର କିଛିଦୂରରେ ଏହି ୫କିଲୋମିଟର ଲମ୍ବ ଏୟାରଷ୍ଟ୍ରିପର ଶୁଭାରମ୍ଭ ହୋଇଛି। ଏହି ଏୟାରଷ୍ଟ୍ରିପରେ ବାୟୁସେନାର ଯୁଦ୍ଧ ବିମାନ ଅବତରଣ କରିପାରିବ। ରନ ଓ୍ୱେର ଉଦଘାଟନ ପରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ ଓ ଜାଗୁଆର ଏଠାରେ ଅବତରଣ କରି ଦମ୍ ଦେଖାଇଥିଲେ।

ଭବିଷ୍ୟତରେ ଯୁଦ୍ଧ ସ୍ଥିତି ଉପୁଜିଲେ ଭାରତ ସାମରିକ କ୍ଷେତ୍ରରେ ଏହି ରନ ଓ୍ୱେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଏହି ଏୟାରଷ୍ଟ୍ରିପରେ ୪ଟି ଏୟାରକ୍ରାଫ୍ଟ ପାର୍କିଂ କରିବା ସୁବିଧା ରହିଛି। ଏହା ଦେଶର ପ୍ରଥମ ଜାତୀୟ ରାଜପଥ, ଯାହା ଉପରେ ଏୟାରଷ୍ଟ୍ରିପ ନିର୍ମାଣ କରାଯାଇଛି। ପୂର୍ବରୁ ଉତ୍ତରପ୍ରଦେଶର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ଓ୍ୱେ ଉପରେ ଯୁଦ୍ଧ ବିମାନ ସୁଖୋଇ ଅବତରଣ କରିଥିଲା।

Latest Posts

Don't Miss