ଚେନ୍ନାଇ ଟେଷ୍ଟରେ ଭାରତର କମବ୍ୟାକ୍, ଆରମ୍ଭରୁ ଇଂଲଣ୍ଡର ବ୍ୟାଟିଂ ବବିପର୍ଯ୍ୟୟ

India England Test Match

ଚେନ୍ନାଇ: ଚେନ୍ନାଇ ଟେଷ୍ଟରେ ଭାରତର କମବ୍ୟାକ୍ । ବ୍ୟାଟସମ୍ୟାନଙ୍କ ପରେ ଦମ୍ ଦେଖାଇଲେ ବୋଲର । ଭାରତ ୩୨୯ ରନ୍ କରି ପ୍ରଥମ ଇନିଂସରେ ଅଲଆଉଟ୍ ହୋଇଥିବା ବେଳେ ଭ୍ରମଣକାରୀ ଇଂଲଣ୍ଡ ଦଳ ମଇଦାନକୁ ଓହ୍ଲାଇଥିଲା । ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କରିଛି । ଦଳ ପକ୍ଷରୁ ରୋରି ବନସ୍ କୌଣସି ରନ୍ ନ କରି ପ୍ୟାଭିଲିୟନ୍‌ ଫେରିଯାଇଥିବା ବେଳେ ଡୋମନିକ୍ ସିବଲେ ୧୬ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଏହାସହ ଡାନିଏଲ ଲରେନ୍ସ ୯ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ସେହିଭଳି ଜୋ ରୁଟ୍‌ ୬, ବେନ୍‌ ଷ୍ଟୋକ୍‌ସ ୧୮, ଓଲି ପପ୍‌ ୨୨ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଛନ୍ତି । ୪୫ ଓଭର ବେଳକୁ ୯୭ ରନ୍‌ କରି ଦଳ ୬ଟି ଓ୍ୱିକେଟ୍‌ ହରାଇ ସାରିଛି । ଏବେ କ୍ରିଜ୍‌ରେ ବ୍ୟାଟିଂ ଭାର ସମ୍ଭାଳିଛନ୍ତି ବେନ୍‌ ଫୋକ୍‌ସ ଓ ମୋଇନ୍‌ ଅଲ୍ଲୀ ।

ସେପଟେ ଭାରତୀୟ ଟିମ୍‌ ପକ୍ଷରୁ ଇଶାନ୍ତ ଶର୍ମା ଗୋଟିଏ ଓ୍ୱିକେଟ୍‌ ନେଇଥିବା ବେଳେ ରବିଚନ୍ଦନ ଅଶ୍ୱିନୀ ସର୍ବାଧିକ ୩ଟି ଓ୍ୱିକେଟ୍‌ ହାସଲ କରିଥିବା ବେଳେ ଅକ୍ସର ପଟେଲ୍‌  ଗୋଟିଏ ଓ୍ୱିକେଟ୍‌ ହାସଲ କରିଛନ୍ତି । ସେହିଭଳି ମହମ୍ମଦ ସିରାଜ ମଧ୍ୟ ଗୋଟିଏ ଓ୍ୱିକେଟ୍‌ ହାସଲ କରିଛନ୍ତି ।

Leave a Reply