ରାଜ୍ୟଗୋଷ୍ଠୀ କ୍ରୀଡା: ଭାରତକୁ ମିଳିଲା ଚତୁର୍ଥ ପଦକ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ଚତୁର୍ଥ ପଦକ ମିଳିଛି । ଭାରତ୍ତୋଳକ ବିନ୍ଦ୍ୟାରାଣୀ ଦେବୀ ରୌପ୍ୟ ପଦକ ଜିତିଛନ୍ତି । ୫୫କେଜି ମହିଳା ବର୍ଗରେ ସେ ଏହି ପଦକ ଜିତିଛନ୍ତି । ସ୍ନାଚରେ ବିନ୍ଦ୍ୟାରାଣୀ ୮୬ କେଜି ଭାର ଉଠାଇଥିଲେ, ସେହିପରି କ୍ଲିନ ଆଣ୍ଡ ଜର୍କରେ ୧୧୬ କେଜି ଓଜନ ଉଠାଇଥିଲେ । ମୋଟ ୨୦୨ କେଜି ଓଜନ ଉଠାଇ ରୌପ୍ୟ ପଦକ ନିଜ ନାଁରେ କରିଛନ୍ତି । ଏଥିସହ ଭାରତର ମୋଟ ମେଡାଲ ସଂଖ୍ୟା ୪କୁ ବୃଦ୍ଧି ପାଇଛି ।
୪ଟି ଯାକ ପଦକ ଭାରତକୁ ଭାରୋତ୍ତଳନରେ ହିଁ ମିଳିଛି । ପୂର୍ବରୁ ସଙ୍କେତ ମହାଦେବ ରୌପ୍ୟ, ଗୁରୁରାଜା କାଂସ୍ୟ ଓ ଅଲିମ୍ପିକରେ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁ ସ୍ୱର୍ଣ୍ଣ ଜିତିଥିଲେ । ବର୍ତ୍ତମାନ ଭାରତ ମେଡାଲ ଟାଲିର ୮ମ ସ୍ଥାନରେ ରହିଛି । ତୃତୀୟ ଦିନରେ ମଧ୍ୟ ଭାରତକୁ ଭଲ ପଦକ ମିଳିବ ବୋଲି ଆଶା କରାଯାଉଛି । କାରଣ ରବିବାର କ୍ରିକେଟ, ସ୍ବିମିଙ୍ଗ, କ୍ରିକେଟ ଭଲି ଇଭେଣ୍ଟରେ ଭାରତୀୟ ଖେଳାଳିଙ୍କ ଭଲ ପ୍ରଦର୍ଶନ ଦେଖିବାକୁ ମିଳିବ ।