ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଏହି ଭାରତୀୟ କିଏ ?
1 min readନନ୍ଦିଘୋଷ ବ୍ୟୁରୋ: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବେ ଡୋନାଲ୍ଠ ଟ୍ରମ୍ପ । ବିଶ୍ବର ସର୍ବଶକ୍ତିମାନ ରାଷ୍ଟ୍ରର ଦ୍ବିତୀୟ ଥର ଲାଗି ମୁକୁଟ ପିନ୍ଧିବେ ଟ୍ରମ୍ପ । ଏହି ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ ବହୁ ବଡ ବଡ ନେତା, ବ୍ୟବସାୟୀ ଓ ପ୍ରମୁଖ ବ୍ୟକ୍ତଗଣ ଓ୍ବାଂଶିଟନ ପହଞ୍ଚିଛନ୍ତି । ଭାରତରୁ ମଧ୍ୟ ବହୁ ପ୍ରସିଦ୍ଧ ଲୋକ ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣରେ ଉତ୍ସବରେ ସାମିଲ ହେବା ପାଇଁ ପହଞ୍ଚିଛନ୍ତି । ଏମାନଙ୍କ ମଧ୍ୟରେ ପଙ୍କଜ ବଂଶଲ ଅନ୍ୟତମ । ତାଙ୍କ ନାମ ଆପଣ ପୂର୍ବରୁ ମଧ୍ୟ ଶୁଣିଥିବେ । ତେବେ ଆସନ୍ତୁ ଜାଣିବା ପଙ୍କଜ ବଂଶଲ କିଏ ?
ଭାରତୀୟ ରିଅଲ ସେକ୍ଟରର ଏକ ପ୍ରମୁଖ ଚେହେରା ହେଉଛନ୍ତି ପଙ୍କଜ ବଂଶଲ । ସେ M3M ଡେଭଲପର୍ସ ପ୍ରବନ୍ଧର ନିର୍ଦ୍ଦେଶକ ଅଟନ୍ତି । ତେବେ ସେ ମଧ୍ୟ ଅନ୍ୟ ଭାରତୀୟଙ୍କ ପରି ଟ୍ରମ୍ପଙ୍କ ଶପଥ ଉତ୍ସବ ଗ୍ରହଣରେ ଯୋଗଦେବାକୁ ଓ୍ବାଂଶିଟନରେ ପହଞ୍ଚିଛନ୍ତି । ସେ ଗତକାଲି ନିଜ ସୋସିଆଲ ମିଡିଆ ଏକ୍ସରେ ଶପଥ ଗ୍ରହଣ ପୂର୍ବରୁ ଆୟୋଜିତ ହୋଇଥିବା ଏକ ଇଭେଣ୍ଟର କିଛି ଫଟୋ ସେୟାର କରିଛନ୍ତି । ପୋଷ୍ଟରେ ସେ ତାଙ୍କ ସ୍ତ୍ରୀ ଡୋନାଲ୍ଡ ଟ୍ରମ୍ପ ଏବଂ ଆମେରିକା ଉଦ୍ୟୋଗପତି ଜେଫ ବେଜୋସଙ୍କ ସହ ନଜର ଆସିଛନ୍ତି । ଏକ୍ସରେ ଫଟୋ ସେୟାର କରି ସେ ଲେଖିଛନ୍ତି ମିଷ୍ଟର ପ୍ରେସିଡେଣ୍ଟ ଆପଣଙ୍କୁ ସ୍ବାଗତ! ଶପଥ ଗ୍ରହଣ ପୂର୍ବରୁ ପରିବାର ଏବଂ ସାଙ୍ଗସାଥୀଙ୍କ ସହ ଓ୍ବାଂସିଟନ ଡି.ସି ଆସି ଖୁସୀ ଲାଗିଲା । ରାଷ୍ଟ୍ରପତି ଟ୍ରମ୍ପଙ୍କୁ ବହୁତ ବହୁତ ଶୁଭେଚ୍ଛା । ଆମ ହୃଦୟରେ ଆପଣଙ୍କ ପାଇଁ ବିଶେଷ ସ୍ଥାନ ଅଛି ।
ଏହି ଅବସରରେ ପଙ୍କଜ ବଂଶଲ ଆମେରିକାର ଉଦ୍ୟୋଗପତି ଜେଫ ବିଜୋସ ଏବଂ ମୁକେଶ ଅମ୍ବାନୀଙ୍କ ସହିତ ମଧ୍ୟ ଭେଟ କରିଛନ୍ତି । ସେ ଲେଖିଛନ୍ତି ଦୁଇ ହସ୍ତୀଙ୍କ ସହ ଭେଟ କରି ଖୁସୀ ଲାଗିଲା । ପଙ୍କଜ ବଂଶଲଙ୍କ ସହିତ ଟ୍ରିବକୋ ଡେଭଲପର୍ସ ଫାଉଣ୍ଡର କଳ୍ପେଶ ମେହେତା ମଧ୍ୟ ଟ୍ରମ୍ପଙ୍କ ଶପଥଗ୍ରହଣରେ ପହଞ୍ଚିଥିଲେ । ବାସ୍ତବରେ ପଙ୍କଜ ଏବଂ କଳ୍ପେଶ ଦୁହେଁ ଟ୍ରମ୍ପ ଟାଓ୍ବାର୍ସ ଡେଭଲପମେଣ୍ଟର ପ୍ରମୁଖ ଭାଗିଦାରୀ ଅଟନ୍ତି । କଳ୍ପେଶ ମେହେତା ୧୩ବର୍ଷ ହେଲାଣି ଭାରତରେ ଟ୍ରମ୍ପ ସଙ୍ଗଠନର ଭାଗିଦାରୀ ଅଟନ୍ତି । ସେଥିପାଇଁ ଏମାନେ ଟ୍ରମ୍ପଙ୍କ ବହୁ ନିକଟତର ଅଟନ୍ତି ।