ଆଇପିଏଲ ସିଜିନ୍-୧୫ ପୂର୍ବରୁ ଗୁଜୁରାଟ ଟାଇଟନ୍ସକୁ ଝଟକା

1 min read

ନୂଆଦିଲ୍ଲୀ: ଆଇପିଏଲ ସିଜିନ୍-୧୫ ଆରମ୍ଭ ହେବା ପୂର୍ବରୁ ଗୁଜୁରାଟ ଟାଇଟନ୍ସକୁ ଲାଗିଛି ବଡ଼ ଝଟକା । ଇଂଲଣ୍ଡକୁ ସୀମିତ ଓଭର କ୍ରିକେଟରେ ସଫଳତା ଦେଇଥିବା ଓପନର ବ୍ୟାଟ୍ସମ୍ୟାନ ଜେସନ ରୟ ଆଇପିଏଲ ସିଜିନ୍-୧୫ରୁ ନିଜ ନାମ ଫେରାଇ ନେଇଛନ୍ତି । ଜେସନ ରୟଙ୍କୁ ଗୁଜୁରାଟ ଟାଇଟନ୍ସ ୨ କୋଟିରେ କିଣିଥିଲା । ତେବେ ରୟ ଆଇପିଏଲରେ ଭାଗ ନେବେ ନାହିଁ ବୋଲି ଗୁଜୁାଟ ଟାଇଟନ୍ସକୁ ମଧ୍ୟ ଜଣାଇ ସାରିଛନ୍ତି ।

ନିକଟରେ ଶେଷ ହୋଇଥିବା ପାକିସ୍ତାନ ସୁପର ଲିଗରେ ଜେସନ ରୟ କ୍ୱେଟ୍ଟା ଗ୍ଲାଡିଏଟର୍ସ ତରଫରୁ ଖେଳୁଥିଲେ । ମିଡିଆ ରିପୋର୍ଟ ଅନୁସାରେ ଦୀର୍ଘ ସମୟ ଧରି ବାୟୋ ବବୁଲରେ ରହି ଥକ୍କାପଣରୁ ଦୂରେଇ ରହିବାକୁ ଚାହାଁନ୍ତି । ଏହି କାରଣରୁ ସେ ଆଇପିଏଲ ଖେଳିବାକୁ ମନା କରିଛନ୍ତି । ୨୦୨୦ରେ ହୋଇଥିବା ଆଇପିଏଲରେ ମଧ୍ୟ ଖେଳିନଥିଲେ ରୟ । ୨୦୨୦ ଆଇପିଏଲରେ ରୟଙ୍କୁ ୧.୫୦ କୋଟି ଟଙ୍କାରେ ଦିଲ୍ଲୀ କ୍ୟାପିଟାଲ୍ସ କିଣିଥିଲା । କିନ୍ତୁ ଏହାପରେ ସେ ଆଉ ଆଇପିଏଲ ଖେଳିନଥିଲେ ।

ଇଂଲଣ୍ଡର ଓପନର ବ୍ୟାଟ୍ସମ୍ୟାନ ଜେସନ ରୟ ଏହା ପୂର୍ବରୁ ଗୁଜୁରାଟ ଲାୟନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିସାରିଛନ୍ତି । ରୟ ଆଇପିଏଲରେ ଏପର୍ଯ୍ୟନ୍ତ ୧୩ଟି ମ୍ୟାଚ ଖେଳିଛନ୍ତି । ୧୩ ମ୍ୟାଚ ଖେଳି ରୟ ୩୨୯ ରନ କରିଛନ୍ତି ।

 

Leave a Reply