ଭାରତୀୟ ନୌସେନା ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ
1 min readନୂଆଦିଲ୍ଲୀ: ଭାରତୀୟ ନୌସେନା ବ୍ରହ୍ମୋସ ମିସାଇଲର ଆଡଭାନ୍ସ ବର୍ଜନର ସଫଳ ପରୀକ୍ଷଣ କରିଛି । ପରୀକ୍ଷଣ ସମୟରେ ମିସାଇଲଟି ସଠିକ୍ ଲକ୍ଷ ସ୍ଥଳରେ ପହଞ୍ଚିବାରେ ସଫଳ ହୋଇଛି । ଏ ହେଉଛି ବ୍ରହ୍ମୋସ ମିସାଇଲର ଆଡଭାନ୍ସ ଭର୍ଜନ । ଏଥିରେ ଅନେକ ପରିବର୍ତ୍ତନ କରାଯାଇଛି । ମିସାଇଲରେ ଏହି ପରିବର୍ତ୍ତନ ପରେ ଏହା ଅଧିକ ଶକ୍ତିଶାଳୀ ହୋଇଯାଇଛି ।
Long range precision strike capability of Adv version of #BrahMos missile successfully validated.
Pin point destruction of tgt demonstrated combat & mission readiness of frontline platforms.
Yet another shot in the arm for #AatmaNirbharBharat#IndianNavy #CombatReady & #Credible pic.twitter.com/NKl3GoHwbB— SpokespersonNavy (@indiannavy) March 5, 2022
ଭାରତର ଏହି ମିସାଇଲର ସଫଳ ପରୀକ୍ଷଣକୁ ଆତ୍ମନିର୍ଭର ଭାରତ ମିଶନର ସଫଳତା ସହ ଯୋଡ଼ା ଯାଇଛି । ସୂଚନା ଅନୁସାରେ, ଜଳରୁ ଉତକ୍ଷପଣ ହୋଇପାରୁଥିବା ବ୍ରହ୍ମୋସ ମିସାଇଲ ଶତ୍ରୁଙ୍କୁ କଡ଼ା ଜବାବ୍ ଦେବ । ସମୁଦ୍ରରୁ ଏହି ମିସାଇଲ ଉତକ୍ଷପଣ କରିବାକୁ ବ୍ରହ୍ମୋସ ମିସାଇଲର ୪ଟି ଭାରିଏଣ୍ଟ ରହିଛି । ଯାହା ଶତ୍ରୁଙ୍କୁ ମାତ୍ ଦେବାକୁ ସକ୍ଷମ ହୋଇପାରିବ ।