ଭାରତକୁ ଘେରୁଛି ଚୀନ, ଦେଶ ବାହାରେ କେଉଁଠି କେଉଁଠି ଅଛି ଭାରତର ସାମରିକ ଘାଟି ଜାଣନ୍ତୁ…

1 min read
Indian Military Bases Outside India And Benefits

ନୂଆଦିଲ୍ଲୀ: ବିଦେଶ ମାଟିରେ ସାମରିକ ଘାଟି । ଉଦ୍ଦେଶ୍ୟ ସୈନ୍ୟ ଉପକରଣ ଓ ଯବାନଙ୍କ ସୁରକ୍ଷା ସହ ଶତ୍ରୁର ଗତିବିଧି ଉପରେ ନଜର । ଏସବୁ ସାମରିକ ଘାଟିରେ ସେନାର ଅପରେସନ୍ ସମେତ ଅନେକ ପ୍ରକାରର ଟ୍ରେନିଂ ଦିଆଯାଇଥାଏ । ଏଥିସହ ବିଦେଶ ମାଟିରେ ସାମରିକ ଘାଟି ପ୍ରତିଷ୍ଠା କରିଥିବା ଦେଶ ଅନ୍ତର୍ଜାତୀୟ ସ୍ତରରେ ନିଜ ଶକ୍ତି ପ୍ରଦର୍ଶନ କରିଥାଏ । ଦୁନିଆରେ ଆମେରିକା ହେଉଛି ଏକମାତ୍ର ଦେଶ ଯାହା ପାଖରେ ରହିଛି ୩୮ଟି ଅନ୍ତରାଷ୍ଟ୍ରୀୟ ମିଲିଟାରୀ ବେସ୍ । ଆଜି ଆମେ ଜାଣିବା ବିଦେଶ ମାଟିରେ କେଉଁ କେଉଁ ଦେଶରେ ରହିଛି ଭାରତର ସାମରିକ ଘାଟି ।

Indian Military Bases Outside India And Benefits

ତାଜିକିସ୍ତାନ, ଭୁଟାନ, ମ୍ୟାଡାଗାସ୍କାର, ମରିସସ୍, ଓମାନରେ ରହିଛି ଭାରତର ସାମରିକ ଘାଟି । ତାଜିକିସ୍ତାନର ରାଜଧାନୀ ଦୁଶାମ୍ବେ ଠାରୁ ପ୍ରାୟ ୧୩୦ କିଲୋମିଟର ଦୂର ଦକ୍ଷିଣ-ପୂର୍ବରେ ଅବସ୍ଥିତ ଫରଖୋରରେ ରହିଛି ଭାରତୀୟ ସାମରିକ ଘାଟି । ଏହି ଘାଟିର ପରିଚାଳନା ଭାରତୀୟ ବାୟୁ ସେନା କରୁଛି । ବିଦେଶ ମାଟିରେ ଏହା ହେଉଛି ଭାରର ପ୍ରଥମ ସାମରିକ ଘାଟି । ଏଠାରେ ଭାରତୀୟ ବାୟୁସେନା ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନ ମୁତୟନ କରିଛି । ଯାହାର ସାଥ୍ ଦେଉଛି ତାଜିକିସ୍ତାନ ଏୟାରଫୋର୍ସ ।

Indian Military Bases Outside India And Benefits

ସେହିଭଳି ଭୁଟାନରେ ରହିଛି ଭାରତୀୟ ସାମରିକ ଘାଟିର ଏକ ସ୍ଥାୟୀ ଟ୍ରେନିଂ ସେଣ୍ଟର । ଏହାକୁ ଭାରତୀୟ ମିଲିଟାରୀ ଟ୍ରେନିଂ ଟିମ୍ କୁହାଯାଏ । ଏହା ପଶ୍ଚିମ ଭୁଟାନରେ ରହିଛି । ୧୯୬୧-୬୨ ମସିହାରେ ଭୁଟାନରେ ସ୍ଥାପିତ ହୋଇଥିଲା ଭାରତର ସାମରିକ ଘାଟି । ଏଠାରେ ଭୁଟାନର ରୟାଲ ଭୁଟାଲ୍ ଆର୍ମିର ଯବାନଙ୍କୁ ପ୍ରଶିକ୍ଷଣ ଦିଆ ଯାଇଥାଏ । ଏଠାକାର କମାଣ୍ଡେଣ୍ଟ ଭୁଟାନର ରାଜାଙ୍କୁ ପ୍ରତିରକ୍ଷା ମାମଲାରେ ପରାମର୍ଶ ଦେଇଥାନ୍ତି । କାରଣ ଭୁଟାନରେ ପ୍ରତିରକ୍ଷା ମନ୍ତ୍ରୀ ନାହାନ୍ତି ।

Indian Military Bases Outside India And Benefits

ଭାରତୀୟ ସେନା ଉତ୍ତର ମ୍ୟାଡାଗାସ୍କାରରେ ଲିସନିଙ୍ଗ ପୋଷ୍ଟ ସହ ଏକ ରାଡାର ସିଷ୍ଟମ ତିଆରି କରିଛି । ଯାହାର ନିର୍ମାଣ ୨୦୦୭ରେ ଆରମ୍ଭ ହୋଇଥିଲା । ଉଦ୍ଦେଶ୍ୟ ଥିଲା ଭାରତୀୟ ମହାସାଗର ଦେଇ ଯାଉଥିବା ଜାହାଜ ଉପରେ ନଜର ରଖିବା । ଏହା ସାହାଯ୍ୟରେ ମ୍ୟାଡାଗାସ୍କାର ନୌସେନା ସର୍ଭିଲାନ୍ସ କରୁଛି । ମ୍ୟାଡାଗାସ୍କାର ନୌସେନା ଆତଙ୍କବାଦୀ ଗତିବିଧି କିମ୍ବା ଅନୁପ୍ରବେଶ ରୋକିବା ପାଇଁ ଅସମର୍ଥ ଥିବାରୁ ଭାରତୀୟ ସେନା ସାହାଯ୍ୟ କରୁଛି ।

Indian Military Bases Outside India And Benefits

ମରିସସର ଉତ୍ତର ଭାଗରେ ଥିବା ଅଗାଲେଗା ଦ୍ୱୀପରେ ଭାରତ କୋଷ୍ଟାଲ ସର୍ଭିଲାନ୍ସ ରାଡାର ସିଷ୍ଟମ ଲଗାଇଛି । ଏହି ଦ୍ୱୀପ ଭାରତ ମହାସାଗରରେ ରହିଛି । ଭାରତ-ମରିସସ୍ ମଧ୍ୟରେ ସୈନ୍ୟ ସହାୟତା ଉଦ୍ଦେଶ୍ୟରେ ଏହାର ନିର୍ମାଣ କରାଯାଇଥିଲା । କୂଟନୀତି ଦୃଷ୍ଟିରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ । ଏଠାରୁ ବହୁତ ବଡ଼ ସାମୁଦ୍ରିକ ଅଞ୍ଚଳ ଉପରେ ସିଧା ନଜର ରଖାଯାଇ ପାରୁଛି । ଏଠାରେ ଥିବା ପୂରା ଦ୍ୱୀପ ହେଉଛି ଭାରତର ସାମରିକ ଘାଟି ।

Indian Military Bases Outside India And Benefits

ଓମାନର ରାସ୍ ଅଲ ହଦରେ ରହିଛି ଭାରତୀୟ ସେନାର ଏକ ଲିସନିଂ ପୋଷ୍ଟ । ଏହାଛଡ଼ା ଭାରତ ପାଖରେ ମସ୍କଟ ନୌସେନା ଘାଟିରେ ବର୍ଥିଂର ଅଧିକାର ରହିଛି । ଅର୍ଥାତ୍ ସେଠାରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ, ବୁଡ଼ାଜାହାଜ ଆଦିକୁ ଇନ୍ଧନ ସହାୟତା ମିଳିଥାଏ । ଏହାଛଡ଼ା ଡକମରେ ଭାରତୀୟ ବାୟୁସେନା ଓ ଭାରତୀୟ ନୌସେନାର ଏକ ଛୋଟ ଘାଟି ରହିଛି । ବିଦେଶ ମାଟିରେ ଥିବା ଏସବୁ ସାମରିକ ଘାଟିରୁ ଶତ୍ରୁ ଉପରେ ନଜର ରଖିବା ସହ ଅନ୍ତର୍ଜାତୀୟ ସୀମାରେ ଚାଲିଥିବା ଗତିବିଧି ଜାଣି ହେଉଛି ।