ଭାରତୀୟ ଗୁପ୍ତଚର ସାଟେଲାଇଟ୍ ତିବ୍ବତରେ ବୁଲିଲା, ଚୀନ ହେଲା ସତର୍କ…..

1 min read

ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ପରିଚାଳିତ ଭାରତର ପ୍ରମୁଖ ଗୁପ୍ତଚର ସଂଗ୍ରହ ଉପଗ୍ରହ EMISAT ତିବ୍ଦତରେ ଉପରେ ଦେଇ ଅତିକ୍ରମ କରିଛି । ଚୀନ୍ ପିପୁଲ୍ସ ଲିବରେସନ୍ ଆର୍ମିର ସ୍ଥିତି ଉପରେ ନଜର ରଖିବା ପାଇଁ ଏଭଳି କରାଯାଇଥିବା ଅନୁମାନ କରାଯାଉଛି । ଏହି ଉପଗ୍ରହର କୌଟଲ୍ୟକୁ ଧାରଣ କରିଛି । କୌଟଲ୍ୟ ଏକ ଇଲେକ୍ଟ୍ରୋନିକ୍ ଇଣ୍ଟେଲିଜେନ୍ସ ଉପଗ୍ରହ ଚୀନର ସାମରିକ ଗତି ଉପରେ ନଜର ରଖିବା ପାଇଁ ଅରୁଣାଚଳ ପ୍ରଦେଶର ନିକଟସ୍ଥ ତିବ୍ବତ ଦେଇ ଭ୍ରମଣ କରିଛି ।

ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO) ଦ୍ୱାରା ନିର୍ମିତ, EMISATର ELINT ମିଶନ୍ ସବୁ ପ୍ରକାର ରେଡିଓ ସିଗନାଲ୍ ଉପରେ ନଜର ରଖିବା କାମରେ ବ୍ୟବହୃତ ହୁଏ  ।  ବିଶେଷ ଭାବେ ଦେଶର ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଘଟଣା ଉପରେ ନଜର ରଖିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । ଭାରତର ଚୀନ ସହ ସୀମା ବିବାଦ ପରେ ଭାରତ ଚୀନ ସେନା ଉପରେ ନଜର ରଖିବା ପାଇଁ ଏଭଳି କରିଥାଇପାରେ । ସବୁବେଳେ ବିସ୍ତାରବାଦୀ ନୀତିରେ ବିଶ୍ୱାସ କରୁଥିବା ଚୀନ ଉପରେ ଭାରତ ଅନ୍ଧ ଭାବେ ବିଶ୍ୱାସ କରିବାକୁ ଚାହୁଁନି । ଏଣୁ ଏଭଳି ଗୁପ୍ତଚର ଉପଗ୍ରହ ମାଧ୍ୟମରେ ଭାରତ ଚୀନର କାର୍ଯ୍ୟକଳାପ ଉପରେ ନଜର ରଖୁଛି । ତେବେ ଭାରତ ଏଭଳି ପଦକ୍ଷେପ ପରେ  ଚୀନ ସତର୍କ ହୋଇଥିବା ସୂଚନା ମିଳିଛି । ଚୀନ୍ ନିଜ ସେନାକୁ ସତର୍କ ସୂଚନା ଦେବା ସହ ଭାରତୀୟ ଉପଗ୍ରହର ଗତି ଉପରେ କଡା ନଜର ରଖିଥିବା ଜଣା ପଡିଛି ।

 

Leave a Reply