କଂଗ୍ରେସରେ ଯୋଗ ଦେଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ବର: ଆଜି ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗ ଦେଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ। କଂଗ୍ରେସ ଭବନରେ ମିଶ୍ରଣ ପର୍ବରେ ସେ ଯୋଗ ଦେଇଛନ୍ତି । ଏହାସହ ଧଉଳି ଅଞ୍ଚଳର କିଛି ରାଜନେତା ବି ଯୋଗ ଦେଇଛନ୍ତି।

ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଚେଲା କୁମାର, ବିଧାୟକ ସୁରେଶ ରାଉତରାୟ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ରାହୁଲଙ୍କ ଭାରତ ଯୋଡୋ ଯାତ୍ରାରେ ଅନୁପ୍ରାଣିତ ହୋଇ ଏପରି ପଦକ୍ଷେପ ନେଇଥିବା କହିଛନ୍ତି ପ୍ରବୋଧ । ଲୋକ ସେବା ପାଇଁ କଂଗ୍ରେସକୁ ଆସିଛି, ସମସ୍ତେ ମିଶିଲେ କଂଗ୍ରେସ ଆଗକୁ ଯିବ ବୋଲି ସେ କହିଛନ୍ତି ।