ସରିଲା ଇଣ୍ଡିଆନ ଗ୍ରାଁ ପ୍ରି-୩, ଶ୍ରେଷ୍ଠ ଆଥଲେଟଙ୍କୁ ସମ୍ମାନିତ କଲେ 5T ସଚିବ

1 min read

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଇଣ୍ଡିଆନ ଗ୍ରାଁ ପ୍ରି-୩ ଗତକାଲି ଶେଷ ହୋଇଛି । ତେବେ ଏହି ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ଯୋଗ ଦେଇଥିଲେ 5T ସଚିବ ଭି.କେ ପାଣ୍ଡିଆନ୍ । ଉଦଯାପନୀ ଉତ୍ସବରେ ଯୋଗଦେଇ ଶ୍ରେଷ୍ଠ ପୁରୁଷ ଆଥଲେଟ୍ ଅବଦୁଲା ଆବୁବକର (ଟ୍ରିପଲ୍ ଜମ୍ପ), ଶ୍ରେଷ୍ଠ ମହିଳା ଆଥଲେଟ୍ ନବଜିତ୍ କୌର ଧିଲନ୍ (ଡିସ୍କସ୍ ଥ୍ରୋ)ଙ୍କୁ ସମ୍ମାନିତ କରିଥିଲେ । ଏହାସହ 5T ସଚିବ AFI ସଭାପତି ଆଦିଲ୍ ସୁମାରିୱାଲାଙ୍କୁ ମଧ୍ୟ ସମ୍ମାନିତ କରିଥିଲେ । ତେବେ ଆସନ୍ତା ୨୪ ତାରିଖରେ ଗ୍ରାଁ ପ୍ରି-୪ ଖେଳାଯିବ ।

ଶନିବାରଠାରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଗ୍ରାଁ ପ୍ରି-୩ ଦୌଡ଼କୁଦରେ ଓଡ଼ିଶା ଖେଳାଳିଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା । ଧାବିକା ଶ୍ରାବଣୀ ନନ୍ଦ ସ୍ୱର୍ଣ୍ଣ, ଆର୍ଯ୍ୟନ ଏକ୍କା ରୌପ୍ୟ, ଅମିୟ ମଲ୍ଲିକ, ସ୍ୱାଧୀନ ମାଝି ଓ ଲକ୍ଷ୍ମିପ୍ରିୟା କିଷାନ କାଂସ୍ୟ ପଦକ ଜିତିଛନ୍ତି । ଜାମାଇକାରେ ପ୍ରଶିକ୍ଷଣ ହାସଲ କରି ଦୀର୍ଘ ୪ ବର୍ଷ ପରେ ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଥିବା ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦ ଇଣ୍ଡିଆନ ଗ୍ରାଁ ପ୍ରି-୩ରେ ସ୍ୱର୍ଣ୍ଣିମ ସଫଳତା ପାଇଛନ୍ତି । ୨୦୦ ମିଟର ଦୌଡରେ ଶ୍ରାବଣୀ ପ୍ରଥମ ସ୍ଥାନ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଶ୍ରାବଣୀ ୨୦୧୮ ପରେ ପ୍ରଥମ ଥର ପାଇଁ ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ।