ସରିଲା ଇଣ୍ଡିଆନ ଗ୍ରାଁ ପ୍ରି-୩, ଶ୍ରେଷ୍ଠ ଆଥଲେଟଙ୍କୁ ସମ୍ମାନିତ କଲେ 5T ସଚିବ
1 min readଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଇଣ୍ଡିଆନ ଗ୍ରାଁ ପ୍ରି-୩ ଗତକାଲି ଶେଷ ହୋଇଛି । ତେବେ ଏହି ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ଯୋଗ ଦେଇଥିଲେ 5T ସଚିବ ଭି.କେ ପାଣ୍ଡିଆନ୍ । ଉଦଯାପନୀ ଉତ୍ସବରେ ଯୋଗଦେଇ ଶ୍ରେଷ୍ଠ ପୁରୁଷ ଆଥଲେଟ୍ ଅବଦୁଲା ଆବୁବକର (ଟ୍ରିପଲ୍ ଜମ୍ପ), ଶ୍ରେଷ୍ଠ ମହିଳା ଆଥଲେଟ୍ ନବଜିତ୍ କୌର ଧିଲନ୍ (ଡିସ୍କସ୍ ଥ୍ରୋ)ଙ୍କୁ ସମ୍ମାନିତ କରିଥିଲେ । ଏହାସହ 5T ସଚିବ AFI ସଭାପତି ଆଦିଲ୍ ସୁମାରିୱାଲାଙ୍କୁ ମଧ୍ୟ ସମ୍ମାନିତ କରିଥିଲେ । ତେବେ ଆସନ୍ତା ୨୪ ତାରିଖରେ ଗ୍ରାଁ ପ୍ରି-୪ ଖେଳାଯିବ ।
Secretary to CM (5T) Sri VK Pandian graced the closing ceremony of the Indian Grand Prix 3 and felicitated the best athletes of the event at the #KalingaStadium.
Best Male Athlete ➡️ Abdulla Aboobacker (Triple Jump)
Best Female Athlete ➡️ Navjeet Kaur Dhillon (Discus Throw) pic.twitter.com/MqPWzXeEZG
— Odisha Sports (@sports_odisha) May 22, 2022
ଶନିବାରଠାରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଗ୍ରାଁ ପ୍ରି-୩ ଦୌଡ଼କୁଦରେ ଓଡ଼ିଶା ଖେଳାଳିଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା । ଧାବିକା ଶ୍ରାବଣୀ ନନ୍ଦ ସ୍ୱର୍ଣ୍ଣ, ଆର୍ଯ୍ୟନ ଏକ୍କା ରୌପ୍ୟ, ଅମିୟ ମଲ୍ଲିକ, ସ୍ୱାଧୀନ ମାଝି ଓ ଲକ୍ଷ୍ମିପ୍ରିୟା କିଷାନ କାଂସ୍ୟ ପଦକ ଜିତିଛନ୍ତି । ଜାମାଇକାରେ ପ୍ରଶିକ୍ଷଣ ହାସଲ କରି ଦୀର୍ଘ ୪ ବର୍ଷ ପରେ ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଥିବା ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦ ଇଣ୍ଡିଆନ ଗ୍ରାଁ ପ୍ରି-୩ରେ ସ୍ୱର୍ଣ୍ଣିମ ସଫଳତା ପାଇଛନ୍ତି । ୨୦୦ ମିଟର ଦୌଡରେ ଶ୍ରାବଣୀ ପ୍ରଥମ ସ୍ଥାନ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଶ୍ରାବଣୀ ୨୦୧୮ ପରେ ପ୍ରଥମ ଥର ପାଇଁ ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ।