ଓଡ଼ିଶା ଗସ୍ତରେ ଭାରତୀୟ କ୍ରିକେଟର ହନୁମା ବିହାରି

1 min read

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଛନ୍ତି ଭାରତୀୟ କ୍ରିକେଟର ହନୁମା ବିହାରି । ଭୁବନେଶ୍ୱରରେ ଏକ କ୍ରିକେଟ ଟୁର୍ଣ୍ଣାମେଂଟର ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଭୁବନେଶ୍ୱର ଆସିଛନ୍ତି ହନୁମା ।

ନିକଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଐତିହାସିକ ଟେଷ୍ଟ ସିରିଜ ବିଜୟର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ହନୁମା । ସେ ହନୁମା ବିହାରୀ ୧୬୧ ବଲରେ ୨୩ ରନ କରିଥିଲେ।  ଅଷ୍ଟ୍ରେଲିଆ-ଭାରତ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟରେ ଅଶ୍ୱିନୀଙ୍କ ସହ ମିଶି ହନୁମା ବିହାରୀ ଭାରତକୁ ଏକ ନିଶ୍ଚିତ ପରାଜୟରୁ ରକ୍ଷା କରିଥିଲେ ।

ଉଲ୍ଲେଖଯୋଗ୍ୟ, ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ନିକଟ ଅତୀତରେ ଖେଳାଯାଇଥିବା ସିଡନୀ ଟେଷ୍ଟ ଡ୍ର ହୋଇଥିଲା। ଯେଉଁ ମ୍ୟାଚର ବାଜି ପଲଟାଇ ଦେଇଥିଲା ପୂଜାରା ଓ ପନ୍ତ ଏବଂ ପରେ ଅଶ୍ୱିନୀ ଓ ହନୁମା ବିହାରୀଙ୍କ ପାର୍ଟନରସିପ୍ । ଏହି ଖେଳାଳିଙ୍କ ଗୁରୁତ୍ୱପୂର୍ଣ୍ଣ ପାର୍ଟନରସିପ୍ ବଳରେ ଭାରତ ସିଡନୀ ଟେଷ୍ଟକୁ ଡ୍ର କରିପାରିଥିଲା।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଖେଳାଯାଇଥିବା ଦ୍ୱିତୀୟ ଇନିଂସରେ ଭାରତ ଆଗରେ ୪୦୭ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ଅଷ୍ଟ୍ରେଲିଆ ଦଳ। ହେଲେ ଆରମ୍ଭରୁ ଭାରତର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସ ମ୍ୟାନ ରୋହିତ ଶର୍ମା ଓ ଶୁବମନ ଗିଲ୍ ଭଲ ଆରମ୍ଭ କରିଥିଲେ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ପଡ଼ିଆରେ ତିଷ୍ଠି ପାରିନଥିଲେ ।

ଏହାପରେ ଅଧିନାୟକ ରାହାଣେ ମାତ୍ର ୪ ରନ କରି ଆଉଟ୍ ହେବାପରେ ଅଷ୍ଟ୍ରେଲିଆ ବୋଲରଙ୍କ ଆଗରେ ଭାରତ ହାର ମାନିବା ଭଳି ପରିସ୍ଥିତି ଉପୁଜିଥିଲା। ହେଲେ ପୂଜାରା ଓ ରିଷଭ ପନ୍ତଙ୍କ ଆକର୍ଷଣୀୟ ଇନିଂସ ମ୍ୟାଚର ମୋଡ ବଦଳାଇବାରେ ସଫଳ ହୋଇଥିଲା । ହେଲେ ଗୋଟିଏ ସମୟରେ ଲାଗୁଥିଲା ଭାରତ ସହଜରେ ଏହି ମ୍ୟାଚରେ ବିଜୟୀ ହୋଇଯିବ ବୋଲି କିନ୍ତୁ ରିଷଭ ପନ୍ତ (୯୭ ରନ୍) ଓ  (୭୭ ରନ)ରେ ପୂଜାରା ଆଉଟ୍ ହୋଇଥିଲେ । ଯାହା ପରେ ଏହି ବିଜୟ ଆଶା ପୁଣି ମଉଳିବାରେ ଲାଗିଥିଲା।

ଭାରତୀୟ ଦଳର ସ୍ଥିତି ବିଗୁଡୁଥିବା ବେଳେ ପଡ଼ିଆରେ ଜମିକି ରହିଥିଲେ ହନୁମା ବିହାରୀ ଓ ରବି ଚନ୍ଦ୍ରନ ଅଶ୍ୱିନୀ । ହନୁମା ବିହାରୀ ଓ ଅଶ୍ୱିନୀ ଉଭୟ ଆହତ ଅବସ୍ଥାରେ ଖେଳୁଥିବାର ଆଜି ନଜର ଆସିଥିଲେ । ରନ ନେବାକୁ ମଧ୍ୟ ଅସମର୍ଥ ଥିବା ଏହି ଦୁଇ ବ୍ୟାଟ୍ସ ମ୍ୟାନ୍ ଭାରତକୁ ପରାଜୟରୁ ରକ୍ଷା କରିବାକୁ ଲାଗି ପଡିଥିଲେ। ସେହିପରି ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମ ବ୍ୟାଟିଂ କରି ପ୍ରଥମ ଇଂନିସରେ ୩୩୮ ରନ କରିଥିଲା । ଜବାବରେ ଭାରତ ୨୪୪ ରନରେ ଅଲଆଉଟ୍ ହୋଇ ଯାଇଥିଲା । ଏହା ପରେ ଦ୍ୱିତୀୟ ଇଂନିସରେ ଅଷ୍ଟ୍ରେଲିଆ ୩୧୨ ରନ କରି ଭାରତ ଆଗରେ ବିଶାଳ ୪୦୭ ରନର ଟାର୍ଗେଟ ଦେଇଥିଲା । ତେବେ ଦ୍ୱିତୀୟ ଇଂନିସରେ ଭାରତ ୫ ୱିକେଟ ହରାଇ ୩୩୪ ରନ କରି ମ୍ୟାଚକୁ ଡ୍ର କରିବାରେ ସକ୍ଷମ ହୋଇଥିଲା ।

ଅଧିକ ପଢନ୍ତୁ- AUS vs IND : ଅଷ୍ଟ୍ରେଲିଆ କ୍ୟାପ୍ଟେନଙ୍କ ସ୍ଲେଜିଂ ଉତ୍ତରରେ ଅଶ୍ୱିନୀ ଏମିତି କଥା କହିଲେ

 

Leave a Reply