ଲିକ୍ ହେବନି ସେନାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଆସିଲା ନୂଆ ମୋବାଇଲ ଆପ୍‌ ‘ସାଇ’

ନୂଆଦିଲ୍ଲୀ: ଏଣିକି ଆଉ ସେନା ସଂପର୍କୀତ ଗୁରୁତ୍ୱପୂର୍ଣ୍ଣ ସୂଚନା ଲିକ ହେବନି । ସେନାର ସମସ୍ତ ଦସ୍ତାବିଜ ଓ ସୂଚନା ସୁରକ୍ଷିତ ରହିବ । ଆସିଲା ମୋବାଇଲ ଆପ୍ଲିକେସନ ‘ସାଇ’ । ସେନାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସହ ଅନ୍ୟ ସୂଚନା ଗୋପନ ରଖିବା ପାଇଁ ଏକ ନୂଆ ମୋବାଇଲ ଆପ୍ଲିକେସନ ତିଆରି କରିଛି ଭାରତୀୟ ସେନା । ଯାହାର ନାଁ ରହିଛି  ସିକ୍ୟୁର ଆପ୍ଲିକେସନ ଫର ଇଣ୍ଟରନେଟ ବା ସାଇ ।

ଏଥିରେ ମେସେଜ, ଭଏସ କଲ୍‌, ଭିଡିଓ କଲ୍ ସବୁ କିଛି ଗୋପନ ରହିବ  । ସେନା ମଧ୍ୟରେ ହେଉଥିବା ଆଲୋଚନାକୁ ଆଉ କେହି ହ୍ୟାକ୍‌ କରିପାରିବେ ନାହିଁ  । ରାଜସ୍ଥାନର ସିଗନାଲ ୟୁନିଟ ପକ୍ଷରୁ ଏହି ଆପ୍ଲିକେସନ ତିଆରି କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି  । ଅନେକ ସମୟରେ ହନିଟ୍ରାପ୍, ଅର୍ଥଲୋଭ‌ ଏବଂ ଅନ୍ୟ କୌଣସି କାରଣରୁ ସେନାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବାହାରକୁ ଲିକ୍ ହେଉଥିବା ଖବର ଆସୁଥିଲା  । ସେନାର ବିଭିନ୍ନ ପଦକ୍ଷେପ ବିଷୟରେ ମଧ୍ୟ ଶତ୍ରୁପକ୍ଷ ଆଗରୁ ଜାଣିପାରୁଥିଲେ । ହେଲେ ଏହି ଆପ୍ଲିକେସନ ବ୍ୟବହାର ହେଲେ ସେଭଳି କିଛି ସମସ୍ୟା ରହିବନାହିଁ ।

Leave a Reply