୧୪ ଆତଙ୍କବାଦୀଙ୍କ ଲିଷ୍ଟ ଜାରି କଲା ଭାରତ, ପାତାଳରେ ଲୁଚିଲେ ବି ଖୋଜି କି ମାରିବ
1 min read
ନନ୍ଦିଘୋଷ ବ୍ୟୁରୋ: ଘାଟି ରାଜ୍ୟ ଜମ୍ମୁ ଓ କାଶ୍ମୀରରେ ଆରମ୍ଭ ହୋଇଗଲା ଆତଙ୍କବାଦୀଙ୍କ କାଉଣ୍ଟ ଡାଉନ୍ । ପାତାଳରେ ବି ଲୁଚିଲେ ଖୋଜି କି ମାରିବ ଭାରତ । ପହଲଗାଓଁ ଆକ୍ରମଣ ପରେ ଭାରତ ଆତଙ୍କବାଦୀଙ୍କୁ ସଫା କରିବାକୁ ଅପରେସନ ଆରମ୍ଭ କରି ଦେଇଛି । ବର୍ତ୍ତମାନ ସୁଦ୍ଧା ୭ ଆତଙ୍କବାଦୀଙ୍କ ଘର ଧ୍ବଂସ କରାଯାଇଥିବା ବେଳେ ଦୁଇ ଜଣଙ୍କୁ ନର୍କର ବାଟ ଦେଖାଇ ସାରିଛି ଭାରତୀୟ ସେନା । ଏବେ ସେନା ପକ୍ଷରୁ ଜମ୍ମୁ ଓ କାଶ୍ମୀରରେ ଆକ୍ଟିଭ ଥିବା ୧୪ ଆତଙ୍କବାଦୀଙ୍କ ଲିଷ୍ଟ ଜାରି କରିଛି । ଏମାନଙ୍କ ଇତିହାସ ଓ ଭୂଗୋଳ ଭାରତୀୟ ସେନା ଯୋଗାଡ଼ କରି ସାରିଛି । ଏବେ କେବଳ ଏମାନେ ଲୁଚି ଥିବା ଗତରୁ ବାହାର କରି ମାରିବା ବାକି ରହିଛି ।
ସେନା ପକ୍ଷରୁ ଘାଟିରେ ଆକ୍ଟିଭ ଥିବା ୧୪ ସ୍ଥାନୀୟ ଆତଙ୍କବାଦୀଙ୍କ ତାଲିକା ପ୍ରକାଶ କରାଯାଇଛି । ଏମାନଙ୍କ ସମ୍ପୂର୍ଣ୍ଣ ଡାଟା ଏବେ ସେନା ପାଖରେ ରହିଛି । ସେନା ଲିଷ୍ଟ ଅନୁସାରେ ଅବନ୍ତିପୁରାରେ ଜୈସ-ଏ-ମହମ୍ମଦର ଜଣେ ଆତଙ୍କବାଦୀ ଆକ୍ଟିଭ ଅଛି । ସେହିପରି ପୁଲଓ୍ବାମାରେ ଲସ୍କର ଓ ଜୈସର ଦୁଇ ଜଣ ଲେଖାଏଁ ସ୍ଥାନୀୟ ଆତଙ୍କବାଦୀ ସକ୍ରିୟ ଅଛନ୍ତି । ସୋଫିୟାନାରେ ହିଜବୁଲଓ ଜଣେ, ଲସ୍କରର ୪ ଜଣ, ଅନନ୍ତନାଗରେ ହିଜବୁଲର ୨ ଜଣ, କୁଲଗାଓଁରେ ଲସ୍କରର ଜଣେ ସ୍ଥାନୀୟ ଆତଙ୍କବାଦୀ ଆକ୍ଟିଭ ଅଛନ୍ତି । ସେନା ଏମାନଙ୍କ କୁଣ୍ଡଳି ବାହାର କରି ସାରିଛି । କିଛି ଦିନ ମଧ୍ୟରେ ଏମାନେ ସେନାର ଶିକାର ହୋଇଥିବା ଶୁଣିବାକୁ ନିଶ୍ଚିତ ପାଇବେ ।
ଜମ୍ମୁ ଓ କାଶ୍ମୀରରେ ବର୍ତ୍ତମାନ ସୁଦ୍ଧା ସେନା ୭ ଆତଙ୍କବାଦୀଙ୍କ ଘରକୁ ବୋମା ମାରି ଉଡ଼ାଇ ଦେଇଛି । ତ୍ରାଲ, ଅନନ୍ତନାଗ, ପୁଲଓ୍ବାମା, କୁଲଗାମ ଓ ସୋଫିୟାନାରେ ସର୍ଚ୍ଚ ଅପରେଶନ ବେଳେ ସେନା ଏହି ଆକ୍ସନ ନେଇଛି । ସୋଫିୟାନାରେ ଆତଙ୍କବାଦୀ ସହିଦ ଅହମ୍ମଦ କୁଟିର ଘର, ପୁଲଓ୍ବାମାରେ ହାରିସ ଅହମ୍ମଦର ଘର, ତ୍ରାଲରେ ଆସିଫ ଶେଖ, ଅନନ୍ତନାଗରେ ଆଦିଲ ଠୋକେର, କୁଲଗାମରେ ଆତଙ୍କବାଦୀ ଜାକିର ଅହମ୍ମଦ ଘରକୁ ଭାଙ୍ଗି ଦେଇଛି ସେନା ।