ଗିରଫ ଚୀନ ସୈନିକଙ୍କୁ ହସ୍ତାନ୍ତର କଲା ଭାରତ
1 min readନୂଆଦିଲ୍ଲୀ : ଗିରଫ ଚୀନ ସୈନିକଙ୍କୁ ହସ୍ତାନ୍ତର କଲା ଭାରତ । ଗତ ସୋମବାର ପୂର୍ବ ଲଦାଖର ଡେମୋଚୋକ୍ ସେକ୍ଟରରେ ଭାରତୀୟ ସେନା ଦ୍ୱାରା ଗିରଫ ହୋଇଥିଲେ ଚୀନ ସୈନିକ । ମଙ୍ଗଳବାର ରାତିରେ ଚୀନ ସେନାକୁ ସେମାନଙ୍କୁ ହସ୍ତାନ୍ତର କରାଯାଇଛି । ରାତିରେ ଚୁସୁଲ ମୋଲଡୋ ମିଟିଂ ପଏଣ୍ଟରେ ଭାରତୀୟ ସେନା ଚୀନ୍ ସୈନିକ କର୍ପୋରାଲ ୱାଙ୍ଗ ୟା ଲଙ୍ଗଙ୍କୁ ଚୀନ୍ ସେନାକୁ ହସ୍ତାନ୍ତର କରିଥିବା ସୂଚନା ରହିଛି । ଭାରତୀୟ ସେନା ପକ୍ଷରୁ ସୋମବାର କୁହାଯାଇଥିଲା ଯେ ଚୀନ୍ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ)ର ଏହି ସୈନିକଙ୍କୁ କିଛିଟା ଔପଚାରିକତା ଶେଷ ହେବା ପରେ ତାଙ୍କ ଦେଶକୁ ଫେରାଇ ଦିଆଯିବ ବୋଲି।
Indian Army handed over the Chinese soldier Corporal Wang Ya Long to the Chinese Army at the Chushul Moldo meeting point, last night. pic.twitter.com/ZFROVSdhDz
— ANI (@ANI) October 21, 2020
ସୂଚନା ଯୋଗ୍ୟ ଯେ, ଲଦାଖରେ ଭାରତ ଓ ଚୀନ ସେନା ଗତ ପ୍ରାୟ ୬ ମାସ ହେଲା ମୁହାଁମୁହିଁ ଅବସ୍ଥାରେ ଥିବାବେଳେ ସୋମବାର ଭାରତୀୟ ସେନା ଜଣେ ଚୀନ ସୈନିକକୁ ଗିରଫ କରିଥିଲା। ଉକ୍ତ ସୈନିକ ଚୀନର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)ର ୬ଷ୍ଠ ମୋଟରାଇଜଡ୍ ଇନଫାଣ୍ଟ୍ରି ଡିଭିଜନର ସଦସ୍ୟ ବୋଲି ଜଣାପଡ଼ିଛି ।
ଚୀନର ଏହି ସୈନିକଙ୍କୁ ସୋମବାର ଧରାଯିବା ପରେ ତଲାସୀ ବେଳେ ତାଙ୍କ ନିକଟରୁ ସେନା ଓ ବ୍ୟକ୍ତିଗତ କାଗଜପତ୍ର ମିଳିଥିଲା । ତେବେ କୌଣସି ମାରଣାସ୍ତ୍ର ମିଳିନଥିଲା ବୋଲି ସୂଚନା ରହିଛି। ସେ ନିଜର ୟାକ୍ (ଚମରୀ ଗାଈ) ସନ୍ଧାନରେ ଏପଟକୁ ଆସିଥିବା ସଫେଇ ଦେଇ କହିଥିଲେ।