ମିଗ୍ ୨୧ ବିମାନ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ପାଇଲଟ

ଜୟପୁର: ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ । ରାଜସ୍ଥାନର ବାଡମେର ଅଞ୍ଚଳରେ ଏହି ଦୁର୍ଘଟଣା ହୋଇଥିବା ନେଇ ସୂଚନା ମିଳିଛି । ବାୟୁସେନାର ମିଗ ୨୧ ବିମାନ ପ୍ରଶିକ୍ଷଣ ସମୟରେ ଦୁରଘଟଣାଗ୍ରସ୍ତ ହୋଇଛି । ଫଳରେ ବିମାନଟି କ୍ଷତିଗ୍ରସ୍ତ ହୋଇଥିବାବେଳେ ପାଇଲଟ ଜଣଙ୍କ ସୁରକ୍ଷିତ ଥିବା ନେଇ ସୂଚନା ମିଳିଛି ।