ବାୟୁସେନାରେ କ୍ୟାମ୍ପରେ ଆଉ ପଶିପାରିବେନି ଆତଙ୍କବାଦୀ; ସମସ୍ତ IAF ବେସ୍‌ ଉପରେ ନଜର ରଖିବ ଡ୍ରୋନ୍‌

1 min read

ନୂଆଦିଲ୍ଲୀ: ବାୟୁସେନାରେ ସୁରକ୍ଷା ଆହୁରି ମଜଭୁତ ହେବ । ଦେଶର ସମସ୍ତ IAF ବେସ୍‌ ଉପରେ ନଜର ରଖିବ ଡ୍ରୋନ୍‌ । ୧୦୦ଟି ଡ୍ରୋନ୍‌ କିଣିବା ନେଇ ହୋଇଛି ଚୁକ୍ତି । ତେବେ ଏହି ଡ୍ରୋନ୍‌ ଗୁଡ଼ିକ ଭାରତରେ ତିଆରି ହୋଇଥିବା ନେଇ ବାୟୁସେନା ଗୁରୁତ୍ୱ ଦେଇଛି । ଆତଙ୍କବାଦୀଙ୍କ ଗତିବିଧି ଉପରେ ବି ବିଶେଷ ନଜର ରହିବ।

ଗତବର୍ଷ ଜାମ୍ମୁ ବେସ୍‌ରେ ଆକ୍ରମଣ ପରେ ସୁରକ୍ଷାରେ ତ୍ରୁଟି ଥିବା ସାମ୍ନାକୁ ଆସିଥିଲା। ଆତଙ୍କବାଦୀମାନେ ବାୟୁସେନା କ୍ୟାମ୍ପରେ ପଶି ଆକ୍ରମଣ କରିଥିଲେ । ସିସିଟିଭି କ୍ୟାମେରା ଲାଗିଥିଲେ ବି ଆତଙ୍କବାଦୀଙ୍କ ଗତିବିଧି ଧରାପଡ଼ିନଥିଲା । ତେଣୁ ଦେଶର ବିଭିନ୍ନ ସ୍ଥାନରେ ଥିବା ବାୟୁସେନା କ୍ୟାମ୍ପ ଗୁଡିକ ଉପରେ ନଜର ରଖିବା ପାଇଁ ଡ୍ରୋନ୍‌ ବ୍ୟବହାର କରାଯିବାକୁ ନିଷ୍ପତ୍ତି ନିଆହୋଇଛି।