ଏୟାର ମାର୍ଶଲ ବିବେକ ରାମ ଚୌଧୁରୀଙ୍କୁ ନୂଆ ଦାୟିତ୍ୱ

1 min read

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (IAF)ର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ବଦଳି ହୋଇଛି । ଏୟାର ମାର୍ଶଲ ବିବେକ ରାମ ଚୌଧୁରୀଙ୍କୁ ବାୟୁସେନା ମୁଖ୍ୟାଳୟରେ ବାୟୁସେନାର ପରବର୍ତ୍ତୀ ଉପାଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଇଛି । ଏହାସହ ଦୁଇଜଣ ନୂଆ କମାଣ୍ଡର-ଇନ୍-ଚିଫ୍ ମଧ୍ୟ ସେମାନଙ୍କର ନୂଆ କାର୍ଯ୍ୟଭାର ଗ୍ରହଣ କରିବେ। ଏୟାର ଅପରେସନ୍ସର ମହାନିର୍ଦ୍ଦେଶକ ଏୟାର ମାର୍ଶଲ ବଲ୍ଲଭ ରାଧା କୃଷ୍ଣ ଦିଲ୍ଲୀର ପଶ୍ଚିମ କମାଣ୍ଡରେ ଚୌଧୁରୀଙ୍କ ସ୍ଥାନ ନେବେ । ଏହାସହ ଏୟାର ମାର୍ଶଲ ଆରଜେ ଡକବର୍ଥ ପ୍ରୟାଗରାଜରେ ଏୟାର କମାଣ୍ଡର ଦାୟିତ୍ୱ ଗ୍ରହଣ କରିବେ ।

ବିବେକ ରାମ ଚୌଧୁରୀ ସେହି ସମୟରେ ଉପାଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଯେଉଁ ସମୟରେ ଭାରତୀୟ ବାୟୁସେନା ପୂର୍ବ ଲଦାଖ ଅଞ୍ଚଳରେ ରାତି ସମୟରେ ଏୟାର ପାଟ୍ରୋଲିଂ କରୁଥିଲା । ନ୍ୟାସନାଲ ଡିଫେନ୍ସ ଏକାଡେମୀର ପୁରାତନ ଛାତ୍ର ଏୟାର ମାର୍ଶଲ ଚୌଧରୀଙ୍କୁ ଡିସେମ୍ବର ୨୯, ୧୯୮୨ରେ ଭାରତୀୟ ବାୟୁସେନାର ଯୁଦ୍ଧବିମାନ ଷ୍ଟ୍ରିମରେ ସାମିଲ କରାଯାଇଥିଲା।

ଏୟାର ମାର୍ଶଲ ବିବେକ ରାମ ଚୌଧୁରୀ ପ୍ରାୟ ୩୮ ବର୍ଷ ଧରି କ୍ୟାରିୟରରେ ବିଭିନ୍ନ ପ୍ରକାରର ଯୁଦ୍ଧ ବିମାନ ଏବଂ ପ୍ରଶିକ୍ଷକ ବିମାନ ଉଡ଼ାଇଛନ୍ତି। ତାଙ୍କର MiG-21, MiG-23 MF, MiG-29 ଏବଂ ସୁଖୋଇ -30 MKI ଯୁଦ୍ଧ ବିମାନ ଉଡ଼ାଇବାର ଅଭିଜ୍ଞତା ରହିଛି । ତାଙ୍କ ପାଖରେ ୩,୮୦୦ ଘଣ୍ଟାରୁ ଅଧିକ ଉଡ଼ାଣ ମଧ୍ୟ ଅଭିଜ୍ଞତା ଅଛି । ଏୟାର ମାର୍ଶଲ ଚୌଧୁରୀ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ସେ ଜଣେ ଫ୍ରଣ୍ଟଲାଇନ ଯୁଦ୍ଧ ବିମାନର କମାଣ୍ଡର ମଧ୍ୟ ରହିଛନ୍ତି । ଜଣେ ଏୟାର ମାର୍ଶଲ ଭାବରେ ସେ ବାୟୁସେନାର ଉପାଧ୍ୟକ୍ଷ ପଦବୀ ମଧ୍ୟ ସମ୍ଭାଳିଛନ୍ତି ।

ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ପଶ୍ଚିମ ଏୟାର କମାଣ୍ଡର ମୁଖ୍ୟ ଭାବରେ ଏୟାର ମାର୍ଶଲ ବିବେକ ଚୌଧରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଯେତେବେଳେ ପୂର୍ବ ଲଦାଖ (LAC) ରେ ଭାରତ ଏବଂ ଚୀନ୍ ମଧ୍ୟରେ ବିବାଦ ବଢିଯାଇଥିଲା । ଏବଂ ଏହା ବ୍ୟତୀତ ପାକିସ୍ତାନ ମଧ୍ୟ କ୍ରମାଗତ ଭାବରେ ସୀମାରେ ଘୃଣ୍ୟ କାର୍ଯ୍ୟକଳାପ କରୁଥିଲା।

 

Leave a Reply