ଆସୁଛି ଆଉ ୧୦ଟି ରାଫେଲ୍, ବଢ଼ିବ ବାୟୁସେନାର ଶକ୍ତି

Indian Air Force To Receive Another 10 Rafale Fighter Plane From France

ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁ ସେନା । ଆଗାମୀ ୩୦ ଦିନ ମଧ୍ୟରେ ବାୟୁ ସେନାରେ ଆଉ ୧୦ଟି ଲଢୁଆ ରାଫେଲ୍ ବିମାନ ସାମିଲ୍ ହେବ । ତିନିଗୋଟି ବିମାନ ୩୦ରୁ ୩୧ ମାର୍ଚ୍ଚ ମଧ୍ୟରେ ଆସିବାକୁ ଥିବାବେଳେ ଆଉ ୭ଟି ରାଫେଲ୍ ଏପ୍ରିଲ୍ ସୁଦ୍ଧା ଭାରତ ପହଞ୍ଚିବ । ଏଥିସହ ଭାରତୀୟ ବାୟୁ ସେନା ପାଖରେ ମୋଟ ରାଫେଲ୍ ସଂଖ୍ୟା ୨୧କୁ ବୃଦ୍ଧି ପାଇବ । ଏବେ ଭାରତୀୟ ବାୟୁସେନାରେ ୧୧ଟି ଲଢ଼ୁଆ ରାଫେଲ୍ ବିମାନ ଅଛି ।

Indian Air Force To Receive Another 10 Rafale Fighter Plane From France

ଏଥିରୁ କିଛି ରାଫେଲ୍ ବିମାନକୁ ନେଇ ଏକ ସ୍କ୍ୱାର୍ଡନ ଗଠନ କରାଯିବ ଏବଂ ପଶ୍ଚିମବଙ୍ଗର ହାଶିମାରାରେ ମୁତୟନ କରାଯିବ । ଏବେର ସ୍ଥିତିକୁ ଦେଖି କିଛିଦିନ ମଧ୍ୟରେ ରାଫେଲ୍ ବିମାନକୁ କାର୍ଯ୍ୟକ୍ଷମ କରାଯିବ । ଏବେ ବାୟୁ ସେନା ପାଖରେ ୧୧ଟି ରାଫେଲ୍ ଥିବାବେଳେ ଅମ୍ବାଲାରୁ ପରିଚାଳନା କରାଯାଉଛି ।

ସୂତ୍ର ଅନୁସାରେ, ଫ୍ରାନ୍ସରୁ ଆସୁଥିବା ରାଫେଲକୁ ପ୍ରଥମେ ଅମ୍ବାଲାରେ ମୁତୟନ କରାଯିବ । ପରେ କିଛି ରାଫେଲକୁ ହାଶିମାରା ପଠାଯିବ । ଆଉ ଏକ ସ୍କ୍ୱାର୍ଡନ ଗଠନ ନେଇ ପ୍ରସ୍ତୁତି ଚାଲିଛି । ଏହାଛଡ଼ା ଭାରତ ସ୍ୱଦେଶୀ ଷ୍ଟେଲଥ ଫାଇଟର୍ସ  ଆଡଭାନ୍ସଡ୍ ମିଡିୟମ୍ କମ୍ବାଟ୍ ଏୟାରକ୍ରାଫ୍ଟ ସହ ୧୧୪ ମଲ୍ଟିରୋଲ୍ ଯୁଦ୍ଧ ବିମାନ ଅର୍ଡର ଦେବାକୁ ଯାଉଛି । ଏଥିରୁ ସ୍କ୍ୱାର୍ଡନ ଆଗାମୀ ୧୫ରୁ ୨୦ ବର୍ଷ ମଧ୍ୟରେ ବାୟୁ ସେନାରେ ସାମିଲ ହେବ ।

Leave a Reply