ଟିକା ନେଇଥିଲେ ବି କ୍ୱାରେଣ୍ଟାଇନରେ ରହିବେ ଭାରତ ଆସୁଥିବା ବ୍ରିଟେନ ନାଗରିକ

1 min read

ନୂଆଦିଲ୍ଲୀ: କରୋନା ଭାଇରସକୁ ପ୍ରତିହତ କରିବା ଲାଗି ସବୁଠାରୁ ବଡ ଅସ୍ତ୍ର ପାଲଟିଛି ଭ୍ୟାକ୍ସିନ୍ । ଏହି ପରିପ୍ରେକ୍ଷୀରେ ବ୍ରିଟେନରୁ ଭାରତକୁ ଆସୁଥିବା  ନାଗରିକଙ୍କ ପାଇଁ ସରକାର ନୂଆ ଘୋଷଣା କରିଛନ୍ତି । ଭାରତରେ ପହଞ୍ଚିବା ପରେ ନାଗରିକ ମାନଙ୍କୁ ୧୦ ଦିନ ଯାଏଁ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟାଇନ ହେବାକୁ ପଡିବ। ଏଥିସହ ଭାରତରେ ପହଞ୍ଚିବା ମାତ୍ରେ ବ୍ରିଟେନ ନାଗରିକଙ୍କର କୋଭିଡ ଟେଷ୍ଟ ହେବ । ପୂର୍ବରୁ ବ୍ରିଟେନ ମଧ୍ୟ ଭାରତୀୟ ନାଗରିକଙ୍କ ପାଇଁ  କଟକଣା ଜାରି କରିଥିଲା ।

କରୋନା ଟିକା ନେଇ ଭାରତ ଏବଂ ବ୍ରିଟେନ ମଧ୍ୟରେ ବିବାଦ ଲାଗି ରହିଛି। ନିକଟ ଅତୀତରେ ବ୍ରିଟେନ ଭାରତର କରୋନା ଟିକାକୁ ଅନୁମୋଦନ ଦେଇନଥିଲା । ପରେ ଭାରତର କଠୋର ଆଭିମୁଖ୍ୟ ଯୋଗୁଁ ବ୍ରିଟେନ ଭାରତୀୟ ଭ୍ୟାକ୍ସିନକୁ  ମଞ୍ଜୁରୀ ଦେବା ସହ କିଛିଟା କଟକଣା ଲାଗୁ କରିଥିଲା । ଯାହାର ଜବାବ ଦେଇଛି ଭାରତ।

ସୂଚନା ଅନୁଯାୟୀ, ଅକ୍ଟୋବର ୪ ତାରିଖରୁ ବ୍ରିଟେନରୁ ଭାରତକୁ ଆସୁଥିବା ସମସ୍ତ ନାଗରିକଙ୍କୁ ୧୦ ଦିନ ଯାଏଁ କ୍ୱାରେଣ୍ଟାଇନରେ ରହିବାକୁ ପଡିବ। ଏହି ନିୟମ ଉଭୟ ଟିକା ନେଇଥିବା ଓ ନନେଇଥିବା ବ୍ୟକ୍ତିଙ୍କ ପାଇଁ ଲାଗୁହେବ । ଏଥିସହିତ ଯାତ୍ରାର ୭୨ ଘଣ୍ଟା  ପୂର୍ବରୁ କୋଭିଡ RT-PCR ପରୀକ୍ଷା ମଧ୍ୟ କରିବାକୁ ପଡିବ ।

 

Leave a Reply