spot_img

Latest Posts

ଭାରତ ପାଇଁ ଐତିହାସିକ ଦିନ, ଗୋଟିଏ ଦିନରେ ୮ଟି ମେଡାଲ

ନନ୍ଦିଘୋଷ ବ୍ୟୁରୋ: ପାରାଲିମ୍ପିକ୍ସରେ ଭାରତୀୟଙ୍କ କମାଲ । ୨ ସେପ୍ଟେମ୍ବର ୨୦୨୪ ଭାରତ ପାଇଁ ଏକ ଐତିହାସିକ ଦିନ । ପ୍ୟାରିସ ପାରାଲିମ୍ପିକ୍ସରେ ଗୋଟିଏ ଦିନରେ ଦେଶ ୮ଟି ପଦକ ହାସଲ କରିଛି  । ଗୋଟିଏ ଦିନରେ ମିଳିଲା ୨ଟି ସ୍ବର୍ଣ୍ଣ ସହ ୮ଟି ମେଡାଲ୍। ପାରାଅଲିମ୍ପିକ୍ସ ପଞ୍ଚମ ଦିନରେ ଭାରତକୁ ୨ଟି ସ୍ବର୍ଣ୍ଣ, ୩ଟି ରୌପ୍ୟ ଏବଂ ୩ଟି ବ୍ରୋଞ୍ଜ ମେଡାଲ୍ ମିଳିଛି। ଭାରତ ଏପର୍ଯ୍ୟନ୍ତ ୧୫ଟି ପଦକ ସହିତ ୧୫ତମ ସ୍ଥାନରେ ରହିଛି  ।

ଯୋଗେଶ କାଠୁନିଆ ରୌପ୍ୟ ଜିତି ପଞ୍ଚମ ଦିନରେ ମେଡାଲର ଶୁଭାରମ୍ଭ କରିଥିବା ବେଳେ ବ୍ରୋଞ୍ଜ ଜିତି ଦିନର ଶେଷ କରିଥିଲେ ନିତ୍ୟା ଶ୍ରୀ। ପଞ୍ଚମ ଦିନରେ ସୁମିତ ଅନ୍ତିଲ ଓ ନିତେଶ କୁମାର ଗୋଲ୍ଡ ଜିତିଛନ୍ତି।  ସୁମିତ ଜାଭେଲିନ୍ ଥ୍ରୋରେ ରେକର୍ଡ କରି ହାତେଇଛନ୍ତି ସ୍ବର୍ଣ୍ଣ ପଦକ। ସେହିପରି ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସ୍ବର୍ଣ୍ଣ ଜିତିଛନ୍ତି ନିତେଶ କୁମାର।  ଏବର୍ଷ ଭାରତ ନିଜର ସର୍ବୋତ୍ତମ ପ୍ରଦର୍ଶନ ଆଡକୁ ଗତି କରୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ହରିୟାଣାର ୨୯ବର୍ଷୀୟ ନୀତେଶ ପାରାଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ପୁରୁଷ ସିଙ୍ଗଲ୍ସ ଏସ୍‌ଏଲ୍‌୩ ବର୍ଗରେ ବ୍ୟାଡମିଣ୍ଟନରେ ଗ୍ରେଟ୍‌ ବିଟ୍ରେନର ଡାନିୟଲ ବେଥେଲଙ୍କୁ ୨୧-୧୪, ୧୮-୨୧, ୨୩-୨୧ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ପ୍ୟାରିସ ପାରାଲିମ୍ପିକ୍ସ ୨୦୨୪ରେ ସ୍ବର୍ଣ୍ଣ ପଦକ ଜିତିଥିବା ଦ୍ୱିତୀୟ ଭାରତୀୟ ଆଥଲେଟ ହୋଇଛନ୍ତି।

ଲଗାତାର ଭାବେ ଦୁଇ ଦୁଇଟି ପାରାଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିବାରେ ଅବନୀ ଲେଖରାଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ରେକର୍ଡ କରିଛନ୍ତି ପାରା ଅଲିମ୍ପିଆନ୍ ସୁମିତ ଅନ୍ତିଲ। ପ୍ୟାରିସ୍ ପାରାଅଲିମ୍ପିକ୍ସ ଜାଭଲିନ ଥ୍ରୋରେ F64 କାଟେଗୋରୀରେ ଅଂଶଗ୍ରହଣ କରି ସୁମିତ ଏହି ସଫଳତା ପାଇଛନ୍ତି। ନିଜର ପୂର୍ବ ରେକର୍ଡ ଭାଙ୍ଗି ସୁମିତ ପୁଣି ଥରେ ଗୋଲ୍ଡ ଜିତିଛନ୍ତି ।

ଯୋଗେଶ କଥୁନିଆ ଡିସକସ୍‌ ଥ୍ରୋରେ ଭାରତ ପାଇଁ ରୌପ୍ୟ ପଦକ ଆଣିଛନ୍ତି।ଯୋଗେଶ କଥୁନିୟାଙ୍କ ପ୍ରଥମ ଥ୍ରୋ ୪୨.୨୨ମିଟର ଥିଲା। ଏହା ପରେ ଦ୍ୱିତୀୟ, ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ଯଥାକ୍ରମେ ୪୧.୫୦ମିଟର, ୪୧.୫୫ ମିଟର, ୪୦.୩୩ ମିଟର ଏବଂ ୪୦.୮୯ ମିଟର ଥିଲା।

ସେହିପରି ତୀରନ୍ଦାଜୀ ମିକ୍ସଡ ଇଭେଣ୍ଟରେ ରାକେଶ ଓ ଶୀତଲଙ୍କୁ ବ୍ରୋଞ୍ଜ ପଦକ ମିଳିଛି। ଏହାପୂର୍ବରୁ ଟୋକିଓରେ ପାରାଲିମ୍ପିକ୍ସ (ବ୍ରୋଞ୍ଜ) ରେ ଭାରତ ପାଇଁ ତୀରନ୍ଦାଜ ପଦକ ଜିତିଥିଲେ। ଏଥର ଶୀଟାଲ ପ୍ରଥମ ଭାରତୀୟ ମହିଳା ଭାବରେ ତୀରନ୍ଦାଜରେ ପଦକ ଜିତିଛନ୍ତି। ଆଉ ପଞ୍ଚମ ଦିନର ଶେଷରେ ମହିଳା ସଟଲର ନିତ୍ୟାଶ୍ରୀ ବ୍ରୋଞ୍ଜ ହାତେଇଛନ୍ତି।

Latest Posts

Don't Miss