ଖୁବ ଶୀଘ୍ର ଭାରତରେ ଭ୍ୟାକ୍ସିନ, ଅନୁମତି ପାଇଁ ଆଲୋଚନା

ନୂଆଦିଲ୍ଲୀ: ସାରା ବିଶ୍ୱ ପାଇଁ ଉଦାହରଣ ସାଜିବ ଭାରତ । କରୋନା ଭ୍ୟାକ୍ସିନ ସାରା ବିଶ୍ୱକୁ ଯୋଗାଇବ ଦେଶ । ଏନେଇ ପ୍ରସ୍ତୁତି ପହଁଚିଛ ଅନ୍ତିମ ଚରଣରେ । ଭାରତରେ ଟିକାକରଣ ଆରମ୍ଭ ପାଇଁ ଅନୁମତି ମାଗିଥିବା ୩ଟି ସଂସ୍ଥାର ଆବେଦନ ଉପରେ ଡିସିଜିଆଇରେ ଚାଲିଛି ଆଲୋଚନା । ଖୁବଶୀଘ୍ର ଏନେଇ ଟିକା ପ୍ରସ୍ତୁତକାରୀ କମ୍ପାନୀଙ୍କୁ ମିଲିବ ଅନୁମତି ।

ସେମାନଙ୍କୁ ଅନୁମତି ମିଳିଲେ ଦେଶରେ ବ୍ୟାପକ ଟିକାକରଣ ଆରମ୍ଭ ହେବ । ପ୍ରାଥମିକ ପର୍ଯ୍ୟାୟରେ କରୋନା ଯୋଦ୍ଧା ଏବଂ ଟିକା ଆବଶ୍ୟକ କରୁଥିବା ବର୍ଗର ଲୋକଙ୍କୁ ଗୁରୁତ୍ୱ ଦିଆଯିବ । ପୂର୍ବରୁ ଡିସିଜିଆଇକୁ ଅନୁମତି ମାଗିଥିଲେ ଫାଇଜର, ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଓ ଭାରତ ବାୟୋଟେକ ।

ସେପଟେ ବ୍ରିଟେନରେ ଜଣେ ଓଡ଼ିଆ ଡାକ୍ତର ପ୍ରଥମ ବ୍ୟକ୍ତି ଭାବେ କରୋନା ଟିକା ନେଇଛନ୍ତି । ୧୪ ଦିନ ବ୍ୟବଧାନରେ ସେ ଦୁଇଟି ଡୋଜ୍‌ ନେବେ । ଫାଇଜର ପକ୍ଷରୁ ବ୍ରିଟେନରେ ଟିକାକରଣ ଆରମ୍ଭ ହୋଇଛି । ବ୍ରିଟେନରେ କରୋନା ସଂକ୍ରମଣ ବଢୁଥିବା ବେଳେ ଏହାକୁ ଆୟତ୍ତ କରିବା ପାଇଁ ବ୍ରିଟେନ ସରକାର ଟିକାକରଣ ପାଇଁ ଫାଇଜରକୁ ଅନୁମତି ଦିଆଯାଇଛି ।

Leave a Reply