ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ: ଟସ୍ ଜିତି ବ୍ୟାଟିଂ କରିବ ଭାରତ

1 min read

ମୋହାଲି: ଆଜି ମୋହାଲିରେ ଖେଳାଯାଉଛି ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ । ଏହି ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ପ୍ରଥମ ଟେଷ୍ଟରେ ଭାରତ ତିନୋଟି ସ୍ପିନ୍ନର ଓ ଦୁଇଟି ଦ୍ରୁତ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ । ତେବେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ପ୍ରଥମ ଥର ପାଇଁ ଟେଷ୍ଟ ମ୍ୟାଚ ଖେଳିବାକୁ ପଡ଼ିଆକୁ ଓହ୍ଲାଇବ । ଅନ୍ୟପକ୍ଷରେ ଆଜିର ମ୍ୟାଚ ବିରାଟଙ୍କ ପାଇଁ ଐତିହାସିକ ଅଟେ । ଆଜି ବିରାଟ ଟେଷ୍ଟ କ୍ରିକେଟରେ ୧୦୦ ତମ ମ୍ୟାଚ ଖେଳିବେ । ସେଥିପାଇଁ ଏହି ମ୍ୟାଚକୁ ନେଇ କ୍ରିକେଟ ପ୍ରେମୀ ବେଶ୍ ଉତ୍ସାହିତ ରହିଛନ୍ତି ।

ବିରାଟ କୋହଲିଙ୍କ ୧୦୦ ତମ ମ୍ୟାଚକୁ ସ୍ମରଣୀୟ କରିବା ଲକ୍ଷ୍ୟରେ ଆଜି ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ବିରାଟ ୭୧ତମ ଖେଳାଳି ଭାବରେ ୧୦୦ ଟେଷ୍ଟ ଖେଳିବାର ଗୌରବ ଅର୍ଜନ କରିଛନ୍ତି । ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର ୨୦୦ଟି ଟେଷ୍ଟ ଖେଳି ବିଶ୍ବର ସର୍ବାଧିକ ମ୍ୟାଚ ଖେଳିଥିବାର ଗୌରବ ହାସଲ କରିଛନ୍ତି । ଭାରତ ପକ୍ଷରୁ ସଚିନଙ୍କ ବ୍ୟତୀତ ରାହୁଲ ଦ୍ରାବିଡ୍, ବୀରେନ୍ଦ୍ର ସେହେଓ୍ୱାଗ, ସୌରଭ ଗାଙ୍ଗୁଲି, ହରଭଜନ ସିଂ ଭାରତ ପକ୍ଷରୁ ଶହେଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଏହି ଐତିହାସକ ମ୍ୟାଚ ପାଇଁ ପୂର୍ବରୁ ବିନା ଦର୍ଶକରେ ଖେଳାଯିବ ବୋଲି ଘୋଷଣା ହୋଇଥିଲା । କିନ୍ତୁ ପଞ୍ଜାବ କ୍ରିକେଟ ଆସୋସିଏସନର ଅନୁରୋଧକ୍ରମେ ଏହି ମ୍ୟାଚରେ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିଛି ।

Leave a Reply