ଭାରତ-ଶ୍ରୀଲଙ୍କା ଅନ୍ତିମ ଟି-୨୦; ମ୍ୟାଚ୍ ସହ ସିରିଜ୍ ଜିତିବାକୁ ଉଭୟ ଟିମର ଲକ୍ଷ୍ୟ

1 min read

ରାଜକୋଟ: ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ।  ଆଉ କିଛି ସମୟ ପରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମ ରାଜକୋଟରେ ଖେଳାଯିବ । ସିରିଜ୍ ଜିତିବା ପାଇଁ ହେବ ମହାଲଢ଼େଇ । ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୧-୧ରେ ବରାବର ଅଛନ୍ତି ଉଭୟ ଦଳ । ଏହି ମ୍ୟାଚ୍ ଯିଏ ଯିତିବ ସେ ହେବ ସିରିଜ୍ ବିଜୟୀ ହେବ ।

ତେଣୁ ଉଭୟ ଦଳ ସିରିଜ୍ ଜିତିବା ପାଇଁ ଏହି ମ୍ୟାଚ୍ ଜିତିବାକୁ ସମ୍ପୂର୍ଣ୍ଣ ପ୍ରୟାସ କରିବେ । ଗତ ମ୍ୟାଚର ତ୍ରୁଟିକୁ ସୁଧାରି ମ୍ୟାଚ ଜିତିବାକୁ ଉଦ୍ୟମ କରିବ ହାର୍ଦ୍ଦିକ ବାହିନୀ । ସେପଟେ ଗତ ମ୍ୟାଚରେ ବିଜୟ ଲାଭ କରି ଭ୍ରମଣକାରୀ ଦଳର ମନୋବଳ ଦୃଢ ରହିଛି । ଆଜି ମ୍ୟାଚ ଜିତି ଘରୋଇ ମାଟିରେ ଭାରତକୁ ଚେକ୍ ଦେବାକୁ ଉଦ୍ୟମ ରଣନୀତି କରିଛି ସିଂହଳୀ ଦଳ । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୨ ରନରେ ବିଜୟୀ ହୋଇଥିଲା ।

ସେହିପରି ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କା ଭାରତକୁ ୧୬ ରନରେ ପରାଜିତ କରିଥିଲା । ଆଜିର ଏହି ନିର୍ଣ୍ଣାୟକ ମ୍ୟାଚ୍ ଜିତିବା ପାଇଁ ଉଭୟ ଦଳ ସମ୍ପୂର୍ଣ୍ଣ ପ୍ରାୟସ କରିବେ । ଆଜିର ମ୍ୟାଚ ପାଇଁ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଗତ ମ୍ୟାଚରେ ଯେଉଁ ସ୍କ୍ୱାଡ ଥିଲା ତାହା ଆଜି ବଳବତ୍ତର ରହିବ । ଅନ୍ୟପକ୍ଷରେ ଶ୍ରୀଲଙ୍କା ଦଳରେ ଭାନୁକା ରାଜପକ୍ଷଙ୍କ ସ୍ଥାନରେ ଅଭିଷ୍କା ଫର୍ଣ୍ଣାଣ୍ଡୋଙ୍କୁ ସ୍ଥାନ ମିଳିଛି ।

ଶ୍ରୀଲଙ୍କା ଦଳ: ପଥୁମ ନିଶାଙ୍କ, କୁସଲ ମେଣ୍ଡିସ (ୱିକେଟକିପର), ଧନଞ୍ଜୟ ଡି ସିଲଭା, ଚରିଥ ଅସାଲଙ୍କା, ଅଭିଷ୍କା ଫର୍ଣ୍ଣାଣ୍ଡୋ, ଦାସୁନ ଶନକା (ଅଧିନାୟକ),  ୱାନିନ୍ଦୁ ହସରଙ୍ଗା, ଚମିକା କରୁନାରତ୍ନେ, ମହୀଶ ଥିକଶନା, କସୁନ ରଜିଥା, ଦିଲଶାନ ମଦୁଶଙ୍କା ।

ଭାରତୀୟ ଦଳ: ଇଶାନ କିଷନ (ୱିକେଟ କିପର), ଶୁଭମନ ଗିଲ୍, ସୂର୍ଯ୍ୟକୁମାର ଯାଦବ, ରାହୁଲ ତ୍ରିପାଠୀ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଦୀପକ ହୁଡ୍ଡା, ଅକ୍ଷର ପଟେଲ, ଶିଭମ ମାଭି, ଉମରାନ ମଲିକ, ଅର୍ଶଦୀପ ସିଂ, ୟୁଜବେନ୍ଦ୍ର ଚହଲ ।