ଭାରତୀୟ ବୋଲରଙ୍କ ଆଗରେ ଶ୍ରୀଲଙ୍କା ବ୍ୟାଟର ଧରାଶାୟୀ, ୨୧୫ ରନରେ ଅଲଆଉଟ୍

1 min read

କୋଲକାତା: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଉଛି । ଶ୍ରୀଲଙ୍କା ଅଧିନାୟକ ଦାସୁନ ଶନାକା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା କେବଳ ୨୧୫ ରନ୍ କରିପାରିଛି । ନିର୍ଦ୍ଧାରିତ ୫୦ ଓଭର ଦଳ ପୂରା କରିପାରିନାହିଁ । ୩୯.୪ ଓଭର ଚାଲିଥିବା ବେଳେ ଦଳ ସମସ୍ତ ୱିକେଟ୍ ହରାଇ ୨୧୫ରନରେ ସୀମିତ ରହିଥିଲା । ଭାରତୀୟ ବୋଲରଙ୍କ ଜାଦୁ ଆଗରେ ଅଧିକ ସମୟ ତିଷ୍ଟି ପାରିନଥିଲେ ଶ୍ରୀଲଙ୍କା ବ୍ୟାଟରମାନେ ।

ଶ୍ରୀଲଙ୍କା ପକ୍ଷରୁ ନୁୱାନିଡୁ ପର୍ଣ୍ଣାଣ୍ଡୋ ସର୍ବାଧିକ ୫୦ ରନ୍ କରିଛନ୍ତି । ଭାରତ ପକ୍ଷରୁ କୁଲଦୀପ ଯାଦବ ଏବଂ ମହମ୍ମଦ ସିରାଜ ତିନୋଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି । ଶ୍ରୀଲଙ୍କାର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷ୍କା ଫର୍ଣ୍ଣାଣ୍ଡୋ ଏବଂ ନୁୱାନିଡୁ ଭଲ ଆରମ୍ଭ କରିଥିଲେ । ଅଭିଷ୍କା ୨୦ ରନ୍ କରି ପାଭେଲିଅନ୍ ଫେରିଯାଇଥିବା ବେଳେ ନୁୱାନିଡୁ ୫୦ ରନ୍ କରି ଆଉଟ୍ ହୋଇଯାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କୁସଲ ମେଣ୍ଡିସ ୩୪ ରନ୍ , ଦୁନିଥ ୱେଲ୍ଲାଲେଜ ୩୨ ରନ୍ କରିଥିଲେ ।

ଭାରତ ପକ୍ଷରୁ ମହମ୍ମଦ ସିରାଜ ଓ କୁଲଦୀପ ଯାଦବ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଉମ୍ରାନ ମଲିକ ୨ ଟି ୱିକେଟ୍ ଏବଂ ଅକ୍ସର ପଟେଲ ଗୋଟେ ୱିକେଟ୍ ହାସଲ କରିଥିଲେ । ସୂଚନାଥାଉକି ୩ ମ୍ୟାଚ ବିଶିଷ୍ଟ ଏହି ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଥିଲା । ଏହି ବିଜୟ ସହ ଭାରତ ସିରିଜରେ ୧-୦ରେ ଆଗୁଆ ରହିଛି । ପ୍ରଥମ ମ୍ୟାଚଟି ଭାରତ ଏକ ବଡ ବ୍ୟବଧାନ ୬୭ ରନରେ ବିଜୟୀ ହୋଇଥିଲା । ଆଜିର ମ୍ୟାଚ୍ ଜିତିଲେ ଭାରତ ସିରିଜ ବିଜୟୀ ହେବ । ଆଜିର ମ୍ୟାଚରେ ଯଦି ଭାରତ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭଲ ଆରମ୍ଭ କରନ୍ତି ତେବେ ୨୧୬ ରନର ବିଜୟ ଲକ୍ଷ୍ୟକୁ ଆରାମରେ ହାସଲ କରିବନେବ । ପୂର୍ବରୁ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରଜରେ ୨-୧ରେ ଭାରତ ବିଜୟୀ ହୋଇସାରିଛି ।