Ind Vs SL: ଧାଓ୍ୱନଙ୍କ ସହ ଓପନିଂ କରିପାରନ୍ତି ପୃଥ୍ୱୀ ସ, ଏମିତି ହୋଇପାରେ ଭାରତୀୟ ଟିମ୍‌ର ପ୍ଲେଇଁ ୧୧

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଇଣ୍ଡିଆ ଏବଂ ଶ୍ରୀଲଙ୍କା ମଧ୍ୟ ହେବାକୁ ଯାଉଛି ODI ସିରିଜ। ଶିଖର ଧାୱନଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଖେଳିବାକୁ ଯାଉଛି ତିନୋଟି ODI ଏବଂ ୨ଟି ଟି ୨୦ ମ୍ୟାଚ୍‌। ରବିବାର ଠାରୁ ଶ୍ରୀଲଙ୍କା ବିପକ୍ଷ ODI ସିରିଜ୍ ଖେଳିବ ଭାରତ। ଦୁଇ ଦଳ ମଧ୍ୟରେ ତିନୋଟି ODI ମ୍ୟାଚ୍ ଖେଳାଯିବ। ଶ୍ରୀଲଙ୍କାରେ ହେବାକୁ ଥିବା ODI ସିରିଜ୍‌ରେ ନୂଆ ଖେଳାଳି ନଜର ଆସିବେ। ଦଳର କମାଣ୍ଡ ଶିଖର ଧାୱନଙ୍କ ହାତରେ ରହିଛି। ODI ସିରିଜରେ ଶିଖର ଧାଓ୍ୱନ ଓପନିଂ କରିବେ। କିନ୍ତୁ ତାଙ୍କ ସହ ସାଥ ଦେବା ପାଇଁ କିଏ ଆସିବ ତାହା ଏବେ ସ୍ପଷ୍ଟ ହୋଇନାହିଁ। ଶ୍ରୀଲଙ୍କା ଗସ୍ତରେ ଆସିଥିବା ଭାରତୀୟ ଦଳରେ ଦେବଦତ୍ତ ପାଦିକଲ, ପୃଥ୍ୱୀ ସ, ରିତୁରାଜ ଗାଇକୱାଡ ଏବଂ ନୀତୀଶ ରାଣାଙ୍କ ଭଳି ଓପନର୍ ଅଛନ୍ତି। ଧାୱନଙ୍କ ସହ ଉପନିଂ କରିବାରୁ ଏହି ଚାରିଜଣ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ରହିଛି।

କରେଣ୍ଟ ପର୍ମ ଏବଂ ଆନ୍ତର୍ଜାତୀୟ ଅଭିଜ୍ଞତାକୁ ଦେଖିଲେ ପୃଥ୍ୱୀ ସ ଏବଂ ପାଦିକ୍କଲ ଭାରିପଡ଼ିବେ ରାଣା ଏବଂ ଗାଇକୱାଡଙ୍କ ଉପରେ। ସେ ଆଇପିଏଲ -୧୪ ଏବଂ ବିଜୟ ହଜାରେ ଟ୍ରଫିରେ ଚମତ୍କାର ବ୍ୟାଟିଂ କରିଥିଲେ।

ଏହା ବ୍ୟତୀତ ୱିକେଟ୍ କିପର ଚୟନ କରିବା ଦଳ ପରିଚାଳନା ପାଇଁ ମଧ୍ୟ ଏକ ବଡ ମୁଣ୍ଡବିନ୍ଧାର କାରଣ ହେବ। ସଞ୍ଜୁ ସାମସନ ଏବଂ ଇଶାନ କିଶନଙ୍କ ମଧ୍ୟରେ ଜଣକୁ ବାଛିବାକୁ ପଡିବ। ଯଦି ବ୍ୟାଟିଂକୁ ଧ୍ୟାନରେ ରଖି ମ୍ୟାନେଜମେଣ୍ଟ ୱିକେଟ୍ କିପର ଚୟନ କରେ, ତେବେ ଇଶାନ କିଶନ ପ୍ରଥମେ ସୁଯୋଗ ପାଇପାରିବେ। ଇଶାନ କିଶନ ଇଂଲଣ୍ଡ ବିପକ୍ଷ ସିରିଜରେ ଡେବ୍ୟୁ କରିଥିଲେ ଏବଂ ଚମତ୍କାର ବ୍ୟାଟିଂ ମଧ୍ୟ କରିଥିଲେ।

ଯଦି ଦେଖିବେ ତେବେ ଧାଓ୍ୱନଙ୍କ ସହ ଓପନିଂ କରିପାରନ୍ତି ପୃଥ୍ୱୀ ସ। ଧାଓ୍ୱନ ଏବଂ ସାଙ୍କ ପରେ ନମ୍ବର ୩ରେ ଆସିପାରନ୍ତି ସୂର୍ଯ୍ୟକୁମାର ଯାଦବ। ସୂର୍ଯ୍ୟକୁମାର ଯାଦବଙ୍କ ଆନ୍ତର୍ଜାତୀୟ କ୍ୟାରିୟରର ଭଲ ରହିଛି। ଇଂଲଣ୍ଡ ବିପକ୍ଷ ସିରିଜରେ ତିନି ନମ୍ବରରେ ବ୍ୟାଟିଂ କରୁଥିବାବେଳେ ସେ ନିଜର ଭଲ ପ୍ରଦର୍ଶନ କରିଥିଲେ।

ଚତୁର୍ଥ ନମ୍ବରରେ ଆସିପାରନ୍ତି  ମନୀଷ ପାଣ୍ଡେ। ମନୀଷ ପାଣ୍ଡେ ଦୀର୍ଘ ଦିନ ଧରି ଆନ୍ତର୍ଜାତୀୟ କ୍ରିକେଟ୍‌ରେ ନିଜର ଜଲଓ୍ୱା ଦେଖାଇଚାଲିଛନ୍ତି। ଶ୍ରୀଲଙ୍କା ଗସ୍ତରେ ମନୀଷ ପାଣ୍ଡେଙ୍କୁ ଭଲ ପ୍ରଦର୍ଶନ କରିବାର ସୁଯୋଗ ରହିଛି। ସେ ଏହି ଦଳର ଅନ୍ୟତମ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍। ସେହିପର ପାଞ୍ଚ ନମ୍ବରରେ ଯୁବ ୱିକେଟ୍ କିପର ଇଶାନ କିଶାନ ବ୍ୟାଟିଂ ପାଇଁ ଆସିପାରନ୍ତି। ଏହି ଅଲରାଉଣ୍ଡରଙ୍କ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କ୍ରୁନାଲ ପାଣ୍ଡ୍ୟା ବ୍ୟାଟିଂ ପାଇଁ ଆସିପାରନ୍ତି।

ଏହି ୭ ଜଣ ଖେଳାଳିଙ୍କ ପରେ ବୋଲରଙ୍କ ପାଳି ପଡ଼ବ। ଭୁବନେଶ୍ୱର କୁମାର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ ଦଳକୁ ଆସିବାରନ୍ତି। ସେପଟେ ଦଳରେ ଦ୍ୱିତୀୟ ପେସରଙ୍କୁ ନେଇ ଏବେ ନବଦୀପ ସାଇନି ଏବଂ ଦୀପକ ଚହରଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ରହିଛି।

 

Leave a Reply