ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ, ପ୍ରଥମ ଇନିଂସରେ ୧୯୭ରେ ଅଲଆଉଟ ହେଲା ଦକ୍ଷିଣ ଆଫ୍ରିକା
1 min readସେଞ୍ଚୁରିୟନ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଡିସେମ୍ବର ୨୬ରୁ ଆରମ୍ଭ ହୋଇଛି ପ୍ରଥମ ଟେଷ୍ଟ । ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଦକ୍ଷିଣ ଆଫ୍ରିକାକୁ ୧୯୭ ରନରେ ଅଲଆଉଟ କରିଛି । ସେଞ୍ଚୁରିୟନ ଟେଷ୍ଟରେ ଦମ୍ ଦେଖାଇଛନ୍ତି ଭାରତୀୟ ଦ୍ରୁତ ବୋଲର । ଭାରତୀୟ ଦ୍ରୁତ ବୋଲରଙ୍କ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ । ଯାହା ଫଳରେ ଦକ୍ଷିଣ ଆଫ୍ରିକା ମାତ୍ର ୧୯୭ ରନ କରି ଅଲଆଉଟ ହୋଇଥିଲା । ଏଥିସହ ଭାରତ ୧୩୦ରେ ଲିଡ୍ ନେଇଥିଲା ।
Stumps on Day 3 of the 1st Test.#TeamIndia 327 and 16/1, lead South Africa (197) by 146 runs.
Scorecard – https://t.co/eoM8MqSQgO #SAvIND pic.twitter.com/CZrptKnPi8
— BCCI (@BCCI) December 28, 2021
ଦକ୍ଷିଣ ଆଫ୍ରିକା ତରଫରୁ ଟେମ୍ବା ବାଭୁମା ସର୍ବାଧିକ ୫୨ ରନ୍ କରିଥିବାବେଳେ ଅଧିନାୟକ ଡିନ୍ ଏଲାଗାର ୧ ରନ୍, ଏଡେନ ମର୍କରାମ ୧୩ ରନ୍, କିଗାନ ପିଟରସନ୍ ୧୫ ରନ୍ ଓ ଦୁସେନ ମାତ୍ର ୩ ରନ୍ କରି ଆଉଟ ହୋଇଥିଲେ । ମହମ୍ମଦ ସାମି ସର୍ବାଧିକ ୫ଟି ଓ୍ୱିକେଟ ନେଇଥିବାବେଳେ ଯଶପ୍ରୀତ ବୁମରା ଓ ଶାର୍ଦ୍ଦୁଳ ଠାକୁର ଦୁଇଟି ଲେଖାଏଁ ଓ୍ୱିକେଟ୍ ଅକ୍ତିଆର କରିଥିଲେ । ଭାରତ ପ୍ରଥମ ଇନିଂସରେ ୧୩୦ ରନରେ ଆଗୁଆ ରହିଥିଲା । ତେବେ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଏକ ଓ୍ୱିକେଟ ବିନିମୟରେ ୧୬ ରନ କରିଛି ।