ଆଜିଠୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ୍, ୧୦୦ ତମ ଟେଷ୍ଟ ମ୍ୟାଚ ଖେଳିବେ ବିରାଟ

1 min read

ମୋହାଲି: ଆଜିଠୁ ଆରମ୍ଭ ହେଉଛି ଭାରତ ଶ୍ରୀଲଙ୍କା ଟେଷ୍ଟ ମ୍ୟାଚ । ମୋହାଲିରେ ଶ୍ରୀଲଙ୍କାକୁ ଭେଟିବ ଭାରତ । ସକାଳ ୯ଟାରେ ଆରମ୍ଭ ହେବ ମ୍ୟାଚ । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ପ୍ରଥମ ଥର ପାଇଁ ଟେଷ୍ଟ ମ୍ୟାଚ ଖେଳିବେ । ଚେତେଶ୍ବର ପୂଜାରା, ଆଜିଙ୍କ୍ୟ ରାହାଣେଙ୍କ ବିନା ଆଜିର ଟେଷ୍ଟ ମ୍ୟାଚ ଖେଳିବାକୁ ପଡ଼ିଆକୁ ଓହ୍ଲାଇବା ଟିମ୍ ଇଣ୍ଡିଆ । ଦୁଇ ଖେଳାଳିଙ୍କ ଖରାପ ପ୍ରଦର୍ଶନ କାରଣରୁ ଚୟନ କର୍ତ୍ତା ତାଙ୍କୁ ଶ୍ରୀଲଙ୍କା ବିପକ୍ଷ ସିରିଜରେ ଦଳରୁ ବାହାରେ ରଖିଛନ୍ତି ।

ଅନ୍ୟପଟେ ଶହେ ତମ ମ୍ୟାଚ ଖେଳିବାକୁ ଯାଉଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ଖେଳି ସେହି କିର୍ତ୍ତୀମାନ ହାସଲ କରିବାକୁ ଯାଉଛନ୍ତି ବିରାଟ । କୋହଳିଙ୍କ ସମ୍ମାନରେ ପଞ୍ଜାବ କ୍ରିକେଟ ଆସୋସିଏସନ୍ ପକ୍ଷରୁ ୫୦ ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ ଦେଖିବାକୁ ଅନୁମତି ଦିଆଯାଇଛି । ଏହି କ୍ରମରେ  ଶହେ ତମ ଟେଷ୍ଟ ଖେଳିଥିବା ବିଶ୍ବର ୭୧ ତମ ଖେଳାଳି ହେବାକୁ ଯାଉଛନ୍ତି କୋହଲି । ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର ୨୦୦ଟି ଟେଷ୍ଟ ଖେଳି ବିଶ୍ବର ସର୍ବାଧିକ ମ୍ୟାଚ ଖେଳିଥିବାର ଗୌରବ ହାସଲ କରିଛନ୍ତି । ଭାରତ ପକ୍ଷରୁ ସଚିନଙ୍କ ବ୍ୟତୀତ ରାହୁଲ ଦ୍ରାବିଡ୍, ବୀରେନ୍ଦ୍ର ସେହେଓ୍ୱାଗ, ସୌରଭ ଗାଙ୍ଗୁଲି, ହରଭଜନ ସିଂ ଭାରତ ପକ୍ଷରୁ ଶହେଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ।

Leave a Reply