ଏସିଆ କପ୍: କେବଳ ଭାରତ-ପାକ୍ ମ୍ୟାଚ୍ ପାଇଁ ମିଳିବନି ଟିକେଟ, ମ୍ୟାଚ ଦେଖିବାକୁ ଚାହୁଁଥିଲେ କରିବାକୁ ପଡ଼ିବ ଏ କାମ
1 min read
ନନ୍ଦିଘୋଷ ବ୍ୟୁରୋ: ଏସିଆ କପରେ ଭାରତ ଓ କାପିସ୍ତାନ ମଧ୍ୟରେ ସେପ୍ଟେମ୍ବର ୧୪ ତାରିଖରେ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ପାଇଁ ଟିକେଟ ବିକ୍ରି ଆରମ୍ଭ ହୋଇଯାଇଛି । ତେବେ ଯଦି ଆପଣ କେବଳ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ଦେଖିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଟିକେଟ୍ ମିଳିବ ନାହିଁ । ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବାକୁ ହେଲେ ଆପଣଙ୍କୁ ଏହି ମ୍ୟାଚର ଟିକେଟ ସହ ଅନ୍ୟ ୬ଟି ମ୍ୟାଚର ଟିକେଟ କିଣିବାକୁ ପାଡ଼ିବ । ତେବେ ଯାଇ ଆପଣ ଏହି ହାଇ ଭୋଲଟେଜ୍ ମ୍ୟାଚ୍ ଦେଖି ପାରିବେ । ତେବେ ଆସନ୍ତୁ ଆମେ ଏମିତି କାହିଁକି କହୁଛୁ ।
ଏମିରେଟ କ୍ରିକେଟ୍ ଭାରତ-ପାକିସ୍ତାନ ସମେତ ଏସିଆ କପର ସମସ୍ତ ମ୍ୟାଚ ପାଇଁ ଟିକେଟ ବିକ୍ରି Platinumlist.net ରେ କରୁଛି । ଏହାକୁ ଦୁଇ ଭାଗ କରାଯାଇଛି । ଅବୁଧାବିରେ ହେବାକୁ ଥିବା ମ୍ୟାଚ୍ ପାଇଁ ଗୋଟିକିଆ ଟିକେଟ ବିକ୍ରି ହେଉଛି । ହେଲେ ଦୁବାଇ ପାଇଁ ଆପଣଙ୍କୁ ସମସ୍ତ ୭ଟି ମ୍ୟାଚର ଏକ ପ୍ୟାକେଜ ଟିକେଟ କିଣିବାକୁ ପଡ଼ିବ । ଯାହାର ମୂଲ୍ୟ ୩ ଲକ୍ଷ ୨୫ ହଜାର ଟଙ୍କା ରହିଛି ।
ଏସିଆ କପ୍ ଟିକେଟ ମୂଲ୍ୟ
ଏସିଆ କପ୍ ମ୍ୟାଚ ପାଇଁ ଟିକେଟର ମୂଲ୍ୟ ୧୨୪୭ ଟଙ୍କାରୁ ଆରମ୍ଭ ହେଉଛି । ହେଲେ ଭାରତ ମ୍ୟାଚର ଟିକେଟ ମୂଲ୍ୟ ବହୁତ ଅଧିକ ରହିଛି । ଭାରତ-ପାକି୍ସତନା ମ୍ୟାଚ ଦୁବାଇରେ ହେବ । ଏଠି ଯଦି ଆପଣଙ୍କୁ ଏହି ମ୍ୟାଚ ଦେଖିବାର ଅଛି, ତେବେ ପୂରା ପ୍ୟାକେଜ୍ କିଣିବାକୁ ପଡ଼ିବ । ଯାହାର ମୂଲ୍ୟ ୩୫ ହଜାର ପର୍ଯ୍ୟନ୍ତ ରହିଛି । ଏତେ ଟଙ୍କା ଖର୍ଚ୍ଚ କରିବା ପରେ ଆପଣ ଭାରତ-ପାକିସ୍ତାନ ମ୍ୟାଚ ଦେଖିବା ସହ ଭାରତ-ୟୁଏଇ, ସୁପର ଫୋରର B1 vs B2, A1 vs A2, A1 vs B1, A1 vs B2 ଏବଂ ଫାଇନାଲ ମ୍ୟାଚ୍ ଦେଖି ପାରିବେ । ଏହି ପୂରା କ୍ୟାକେଜର ଗ୍ରାଣ୍ଡ ଲଉଞ୍ଜ ମୂଲ୍ୟ ୭୩ ହଜାର ଟଙ୍କାରୁ ୩ ଲକ୍ଷ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇପାରେ ।
ଏସିଆ କପରେ ଭାରତର ମ୍ୟାଚ୍
ଏସିଆ କପ୍ ଖେଳିବାକୁ ଭାରତୀୟ ଟିମ ୪ ସେପ୍ଟେମ୍ବରକୁ ଦୁବାଇ ଯିବ । ୫ ତାରିଖରେ ଅଭ୍ୟାସ ମ୍ୟାଚ୍ ରହିଛି । ୯ ତାରିଖରେ ଏସିଆ କପ୍ ଆରମ୍ଭ ହେବ । ଟିମ୍ ଇଣ୍ଡିଆର ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୧୦ ତାରିଖରେ ଆୟୋଜନକାରୀ ୟୁଏଇ ସହ ରହିଛି । ଦ୍ବିତୀୟ ମ୍ୟାଚ୍ ୧୪ ତାରିଖରେ ପାକିସ୍ତାନ ସହ ଖେଳାଯିବ । ଏବଂ ଶେଷ ମ୍ୟାଚ ଭାରତ ୧୯ ସେପ୍ଟେମ୍ବରରେ ଓମାନ ସହ ଖେଳିବ ।