ଆଘାତ କାରଣରୁ ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡ଼ିଲେ ରାହାଣେ, ଜାଡେଜା ଓ ଇଶାନ୍ତ
1 min readମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଖେଳାଯିବ ଦ୍ୱିତୀୟ ଟେଷ୍ଟ । ମୁମ୍ବାଇର ଓ୍ବାଙ୍ଖେଡ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ । ତେବେ ବର୍ଷା କାରଣରୁ ଏହି ମ୍ୟାଚ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ଏହି ମ୍ୟାଚ ଆରମ୍ଭ ପୂର୍ବରୁ ଭାରତକୁ ଲାଗିଛି ଏକ ବଡ଼ ଝଟକା । ଆଘାତ କାରଣରୁ ଦ୍ୱିତୀୟ ଟେଷ୍ଟର ଚୂଡାନ୍ତ ଏକାଦଶରୁ ବାଦ୍ ପଡ଼ିଛନ୍ତି ଇଶାନ୍ତ ଶର୍ମା, ରବିନ୍ଦ୍ର ଜାଡେଜା ଏବଂ ଉପ ଅଧିନାୟକ ଆଜିଙ୍କେ ରାହାଣେ । ମ୍ୟାଚ ଆରମ୍ଭ ପୂର୍ବରୁ ହିଁ ବିସିସିଆଇ ଟ୍ୱିଟ୍ କରି ଏହି ସୂଚନା ଦେଇଛି । କାନପୁର ଟେଷ୍ଟର ଶେଷ ଦିନରେ ରାହାଣେଙ୍କ ବାମ ଗୋଡରେ ଆଘାତ ଲାଗିଥିଲା । ଯାହା ଫଳରେ ସେ ଦ୍ୱିତୀୟ ମ୍ୟାଚ ଖେଳିବେ ନାହିଁ । ସେହିପରି ଭାବରେ ଇଶାନ୍ତ ଶର୍ମା ଓ ରବିନ୍ଦ୍ର ଜାଡେଜା ମଧ୍ୟ କାନପୁର ଟେଷ୍ଟର ଶେଷ ଦିନରେ ମଧ୍ୟ ଆଘାତ ହୋଇଥିଲେ ।
NEWS – Injury updates – New Zealand’s Tour of India
Ishant Sharma, Ajinkya Rahane and Ravindra Jadeja ruled out of the 2nd Test.
More details here – https://t.co/ui9RXK1Vux #INDvNZ pic.twitter.com/qdWDPp0MIz
— BCCI (@BCCI) December 3, 2021
ତେବେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ପୂର୍ବରୁ କେବଳ ଭାରତକୁ ଝଟକା ଲାଗିନି । ଦ୍ୱିତୀୟ ଟେଷ୍ଟ ଆରମ୍ଭ ପୂର୍ବରୁ ନ୍ୟୁଜିଲାଣ୍ଡକୁ ମଧ୍ୟ ଲାଗିଛି ବଡ଼ ଝଟକା । ଆଘାତ କାରଣରୁ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ଓ୍ୱିଲିୟମସନ ଚୂଡାନ୍ତ ଏକାଦଶରୁ ବାଦ୍ ପଡ଼ିଛନ୍ତି । ଓ୍ୱିଲିୟମସନଙ୍କ ସ୍ଥାନରେ ଦଳର ଅଧିନାୟକତ୍ୱ କରିବେ ଟମ୍ ଲାଥମ ।